Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ସ୍ୱପ୍ନ ବିଳାସ

ସ୍ୱପ୍ନ ବିଳାସ

1 min
203



ଅଳସ ରାତିର ବିଳାସ ଗୋ ତୁମେ

ରଜନୀଗନ୍ଧାର ବାସ

ଜହ୍ନର ଜୋଛନା ହୁଏ ଆନମନା

ଦେଖିଦେଲେ ତୁମ ହସ I

ତୁମରି ମଥାର ଲାଲ ବିନ୍ଦିଗୋଟି

ଛିଟିକି ପଡିଲେ ତଳେ

ଦେଖି ରତିପତି ଭାବରେ ବିହ୍ୱଳ

ଲକ୍ଷଭେଦେ ଫୁଲଶରେ I

ସେହି ଫୁଲଶର ମରମେ ଭେଦିଲା

ଘାଇଲା କରିବା ପାଇଁ

ଫୁଲ କୁମାରୀର କଅଁଳ ଦେହରେ

ଯୌବନ ଉଠିଲା ଚେଇଁ I

ବିଳପି ଉଠିଲା ତୁମ ଶୁଭ୍ରତନୁ

ଅବସ ହୋଇଲା ଦେହ

ଶୀହରି ଉଠିଲା ବିଳାସୀ ମରମ

ଘାରିଲା ମିଳନ ମୋହ I।

      


Rate this content
Log in

Similar oriya poem from Romance