STORYMIRROR

Er.Sasanka Sekhar Panda

Abstract

2  

Er.Sasanka Sekhar Panda

Abstract

ସ୍ୱପ୍ନ ଆସେ

ସ୍ୱପ୍ନ ଆସେ

1 min
75

ସ୍ୱପ୍ନ ଆସେ, ରାତ୍ରିର ଶେଷ ପ୍ରହରରେ

ଅଦିନିଆଁ ଝଡ଼ ପରି

ମୋ ଆଖିର ଗଭୀର ନିଦ୍ରାରେ,

ସ୍ୱପ୍ନ ଆସେ, କେତେ ନୂଆ ଆଶା ନେଇ

ଶ୍ରାବଣର ବର୍ଷା ପରି

ଭିଜେଇ ଦେଇଥାଏ ମୋ ମନକୁ,

ଆଖି ପଲକର ଗଭୀର ନିଦ୍ରାରେ

ସ୍ୱପ୍ନ ଆସେ, ସାଗରର ଜୁଆର ପରି

ବିଞ୍ଚିଦିଏ ମଥାରେ ବାଲୁକା ରାଶି

ଭାଙ୍ଗିଦିଏ ମୋ ସ୍ୱପ୍ନର କାରୁକାର୍ଯ୍ୟକୁ

ଉଚ୍ଛନ କରିଦିଏ ମନକୁ,

ହଲଚଲ କରିଦିଏ ସହନଶୀଳତାକୁ

ସ୍ୱପ୍ନ ଆସେ ନୀରବରେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract