STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ସ୍ୱ ହୁଅ ସ୍ୱାଧୀନ

ସ୍ୱ ହୁଅ ସ୍ୱାଧୀନ

1 min
32


ସ୍ୱ ହୁଅ ସ୍ୱାଧୀନ ଭାରତର ଜନ

ଯୁବ ଭଗ୍ନୀ ଭାଇ ଗଣ ।

ତୋଷାମଦ ଛାଡ ସ୍ଵାଭିମାନୀ ହୁଅ

ଭ୍ରଷ୍ଟାଚାର ଛାଡ ଗୁଣ ।।୧

ସ୍ୱାଧୀନତା ଆଜି ଚୌସ୍ତରୀ ଛୁଇଁଛି

କହୁଛ ସଭିଏଁ ଗର୍ବେ ।

ତଥାପି କାହିଁକି ପରାଧୀନ ଅଛି

ଭାବ ଭଗ୍ନୀ ଭାଇ ସର୍ବେ ।।୨

ସମ୍ବିଧାନ ନୀତି ପୁସ୍ତକେ ରହୁଛି

ଦୁର୍ନୀତି ଚାଲେ ସବୁଠି ।

ଦିନରେ ଧର୍ଷଣ ଶାଶୁ ର କଷଣ

ଏବେବି ଅଛି ଏଇଠି ।।୩

ଯୁବ ଶକ୍ତି ଆଜି ମାତାଲ ହେଉଛି

ହେଉଅଛି ପଥ ଭ୍ରଷ୍ଟ ।

ଦୁଃଖିର କାହାଣୀ ଯୋଡିଯାଏ ପୁଣି

ବୁଝୁଛି କିଏ ତା କଷ୍ଟ ।।୪

କାହିଁକି ଯଦିରେ ପ୍ରଶ୍ନଟେ ଉଠେରେ

କାରଣ ଆମେରେ ସର୍ବେ ।

ପଇସା ନନେଲେ କାମ ନ କରୁରେ

 ଟଙ୍କା ନେଉ ଆମେ ଗର୍ବେ ।।୫

କାହାକୁ ଲୁଟିବୁ କାହାଠୁ ଠକିବୁ

ସବୁବେଳେ ଥାଏ ମନେ ।

ଦେଶରୁ ଦୁର୍ନୀତି ସେବେ ଯେ ହୋଟିବ

ସ୍ଵାଭିମାନୀ ହେଲେ ଜନେ ।।୬

ଦେଶରୁ ଧର୍ଷଣ ନାନା ଯେ କଷଣ

ଭାଇ ସେ ଦିନ ହଜିବ।

ମାନସିକତା ଆମ ହେଲେ ଯେ ସଫା

ରାତିରେ ନାରୀ ବୁଲିବ ।।୭

ଭାରତ ଆମର ସବୁଠୁ ସୁନ୍ଦର

ନାହିଁ ବିଶ୍ୱେ କେହି ସମ ।

ଆସ ସବୁ ମିଶି ନୀତି ବୀଜ ପୋତି

ରଖିବା ଦେଶର ନାମ ।। ୮

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational