STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ସ୍ୱଚ୍ଛ ପରିବେଶ ଆମେ ଓ ବୃକ୍ଷ

ସ୍ୱଚ୍ଛ ପରିବେଶ ଆମେ ଓ ବୃକ୍ଷ

1 min
247

ସୁନ୍ଦର ସୁନ୍ଦର ଆମ ପରିବେଶ

ତା ଲାଗି ସୁନ୍ଦର ମୋ ରାଇଜ ଦେଶ।


ପଞ୍ଚଭୂତେ ଏହି ପରିବେଶ ଗଢା

ସବୁ ତ ମିଳୁଛି ଯା ପାଇଁ ଯା ଲୋଡା।


ବୃକ୍ଷ ଲତା ଆମ ପାଇଁ ଆଶୀର୍ବାଦ

ସବୁ ସୁଖ ଶିରୀ ତା ପାଇଁ ସମ୍ଭବ।


ବୃକ୍ଷ ଠାରୁ ପାଉ ଖାଦ୍ୟ ଓ ପାନୀୟ

ସେଥିପାଇଁ ତୁମେ ଶ୍ରେଷ୍ଠ ମହୀରୁହ।


ଲଜ୍ଜ୍ୟା ଢାଙ୍କିବାକୁ ବସ୍ତ୍ର ଦେଇଥାଏ

ଜୀବନ ପାଇଁ କି ଅମ୍ଳଜାନ ଦିଏ।


ବୃକ୍ଷ ଲତା ପାଇଁ ଧରଣୀ ସୁନ୍ଦର

ଆସ ଆମେ ତାର କରିବା ଆଦର।


ଲଗାଇବା ଗଛ ପରିବେଶ ସ୍ୱଚ୍ଛ

ଲଗାଇବା ଗଛ ଭାବି ଆଗପଛ।


ନିରିମାଳ ହେବ ପରିବେଶ ଆମ

ସବୁରି ଜୀବନ ବୃକ୍ଷ ଲାଗି ଧନ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational