STORYMIRROR

Ramesh takri

Inspirational

4  

Ramesh takri

Inspirational

ସ୍ୱଚ୍ଛ ଭାରତ

ସ୍ୱଚ୍ଛ ଭାରତ

1 min
231

 ସ୍ୱଚ୍ଛତାରେ ରହି  ନିରୋଗ ରହିବା

   ସ୍ୱଚ୍ଛ ଭାରତ ଗଢ଼ିବା

ନିଜ ଦେହ ମନ  ସ୍ୱଚ୍ଛ ରଖିଥିଲେ

  ସୁଖ ଶାନ୍ତିରେ ରହିବା ।୦।


ନୂଆ ପରିବେଶ  ସୃଷ୍ଟି କରିଯିବା

  ଏହାର ଯତନ ନେବା

ମଇଳା ଦ୍ରବ୍ୟକୁ  ଆବର୍ଜନା କୁଣ୍ଡେ

  ସାବଧାନେ ରଖିଯିବା

ମଳ ମୂତ୍ର ପାଇଁ  ପାଇଖାନା ଗୃହ

  ବ୍ୟବହାର କରୁଥିବା ।୧।


ଗାଆଁ ହେଉ ଅବା  ସହର ହେଉ

  ପରିବେଶ ସଫା ଥିଲେ

ଦେହ ଓ ମନରେ  ପୁଲକ ଯୋଗାଏ

  ଅପାର ଆନନ୍ଦ ମିଳେ

ନିଜ ପରିବେଶ  ସଫା ରଖିବାକୁ

  ନିଜେ ଶପଥ କରିବା ।୨।


ଭାରତ ଦେଶକୁ  ସ୍ୱଚ୍ଛତା ରଖିବା

  ସର୍ବେ ସଚେତନ ହେବା

ଖାଇବା ପିନ୍ଧିବା  ବ୍ୟବହାର ଦ୍ରବ୍ୟ

  ପରିଷ୍କାର କରିଯିବା

ଗୃହ ଅନୁଷ୍ଠାନ  କାର୍ଯ୍ୟାଳୟ ହେଉ

   ସ୍ୱଚ୍ଛତା ସଦା ରଖିବା ।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational