STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ସ୍ୱଚ୍ଛ ଭାରତ

ସ୍ୱଚ୍ଛ ଭାରତ

1 min
353


ଆମରି ଘର ବୈକୁଣ୍ଠପୁର

  ଆମେ ଜୀବନ୍ତ ଦିଅ

ସୁନ୍ଦର ସ୍ୱଚ୍ଛ ସୁପରିବେଶ

  ରଖେ ଆମକୁ ସୁସ୍ଥ ।୧।

କରିବା ନାହିଁ ଆମେ ଦୂଷିତ

  ଆମର ଆଶପାଶ

ସଚେତନତା ପାଇଁ ଅନ୍ୟଙ୍କୁ

  ଦେବା ସଦୁପଦେଶ ।୨।

ନର୍ଦ୍ଦମା ନାଳ ଦୁର୍ଗନ୍ଧ ମଳ

  ହେତୁ କାରକ ରୋଗ

ରଖିବା ସଫା ଅଭ୍ୟାସ ବଳେ

  ଆଚରି ସହଯୋଗ ।୩।

ସ୍ୱଚ୍ଛ ଭାରତ ସୁଅଭିଯାନ

  ନବୀନ ଯୁଗ ସ୍ୱପ୍ନ

ସାକାର ହେଉ କର୍ତ୍ତବ୍ୟେ ଆମ

  ଏ ଜନ ଆନ୍ଦୋଳନ ।୪।

ସ୍ୱର୍ଗରେ ଥାଇ ପୂଜ୍ୟ ବାପୁଜୀ

  ହେବେ ବହୁତ ଖୁସି

ଜନ୍ମ ବାର୍ଷିକୀ ସ୍ମୃତି ନିର୍ମଳ

  ଉଠୁ ସଦବୁଦ୍ଧି ଜାଗି ।୫।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational