STORYMIRROR

Ghanashyam Biswal

Inspirational

4  

Ghanashyam Biswal

Inspirational

ସ୍ୱାର୍ଥପର

ସ୍ୱାର୍ଥପର

1 min
443

ଚୂନା କଲୁ

ସରଗୀ ରାଇଜ

ଧ୍ବଂସ କଲୁ ପୁଣି

ଶାଗୁଆ ଧରଣୀ ସୁନାର କ୍ଷେତ

ନିଜ ସ୍ୱାର୍ଥ ପାଇଁ ହେଲୁ ଦାନଵ

ଶୁଖା କଲୁ ଆଜି ହସିଲା ଦେଶ

ମିଛ ମାୟା ଅଟେ ତୋର ସଂସାର

ପ୍ରକୃତି ନ ଥିଲେ ସବୁ ଅସାର

ଗଛ କାଟି କଲୁ ବିଷ ସହର

ରହିହୁଏ ନାହିଁ ଖାଲି ଜହର

ଯିଏ ତୋତେ ପାଣି ପବନ ଦେଲା

ସିଏ ପୁଣି ତୋର ବଇରୀ ହେଲା

ଏଡ଼େ ବେଇମାନି କେମିତି ହେଲୁ

ମିଛ ସ୍ୱାର୍ଥ ପାଇଁ ହତ୍ୟା କରିଲୁ

ବିଶ୍ୱାସରେ ମିଶାଇ ଦେଲୁ ଯେ ବିଷ

ସାଜିଲୁ ତୁ ଆଜି ନର ରାକ୍ଷସ

ବେଳ ଥାଉଁଥାଉଁ ଯାଆ ସୁଧୁରି

ନେହେଲେ ଅକାଳେ ଯିବୁ ତୁ ମରି

ଖାଇବାକୁ ମୁଠେ ଦାନା ନ ଥିବ

ପିଇବାକୁ ଟିକେ ପାଣି ନ ଥିବ

ନିଶ୍ୱାସରେ ନେବୁ ବିଷ ପବନ

ଅକାରଣେ ତୋର ଜୀବ ଜୀବନ

ପ୍ରକୃତି ମାଆର ଆମେ ସନ୍ତାନ

ରଖିବା ତାହାରି ଆମେ ସମ୍ମାନ

ଗଛ ଲଗାଇବା ଧାଡ଼ିକି ଧାଡ଼ି

ନ ହେଲେ ବିପଦ ଆସିବ ମାଡ଼ି

ପୁଣି ନୂଆ କରି ଗଢ଼ିବା ଦେଶ

ସଭିଙ୍କ ମୁହଁରେ ଫୁଟିବ ହସ l


Rate this content
Log in

Similar oriya poem from Inspirational