STORYMIRROR

Ajay kumar Behera

Abstract

3  

Ajay kumar Behera

Abstract

"ସ୍ୱାର୍ଥପର ନର"

"ସ୍ୱାର୍ଥପର ନର"

1 min
398

ଦୁଃଖ କଷ୍ଟ କରି

ସଞ୍ଚିଛୁ ଯେତିକି ଧନ

ଭାବିଛୁ କି ତୁହି

ଆସିବ ଏମିତି ଦିନ


ନିଜ ଲୋକ ତୋର

ସୁଖରେ ଦୁଃଖରେ ଥିବେ

ମନ ଜାଣି ନିତି

ସଦା ସାହାରା ବନିବେ


ସ୍ୱାର୍ଥପର ନର

ସ୍ୱାର୍ଥ ପାଇଁ ନିତି ସିଏ

ସମ୍ପର୍କର ଡୋର

ଅକାରଣେ ଭୁଲି ଯାଏ


ସେପରି ନରକୁ

ମିଳୁ ନରକ ଯନ୍ତ୍ରଣା

ନିତି ଯିଏ କରେ

କୁଟ ଆଉ କୁ ମନ୍ତ୍ରଣା


ଶୁଭ ବୁଦ୍ଧି ଯଦି

ନ ଆସେ ମନ ମଧ୍ୟରେ

କପଟ ନ କର

କେବେ କାହା ସାଥିରେ


ବିଭୁଙ୍କ ସୃଷ୍ଟିରେ

ସ୍ୱଳ୍ପ ବୁଦ୍ଧି ନର ଆମେ

କର୍ମ କରି ଯିବା

ଖୁସିରେ ରହିବା ଧାମେ


ପାପ ବୋଲି ଜାଣି

ଅକର୍ମ କରିବା କାହିଁ

ଭୁଲ କଥା ଯେତେ

ମନକୁ ଆଣିବା ନାହିଁ


ହାତ ଯୋଡି ଆମେ

ପ୍ରାର୍ଥନା କରିବା ନିତି

ବିଭୁଙ୍କୁ ଡାକିବା

ମନରେ ରଖି ଭକତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract