ସ୍ୱାର୍ଥ
ସ୍ୱାର୍ଥ
କାଲି ଯାହା ଏତେ ନିଜର
ଆଜି କେମିତି ସାତପର
ଇର୍ଷା ତମ ଅନଳ ନିତି ଜାଳ
ଏକା ନିଜର ସ୍ୱାର୍ଥ ବାକି ସବୁ ବ୍ୟର୍ଥ
ବୁଝିନଥିଲି ମୁଁ ଜୀବନର ପ୍ରକୃତ ଅର୍ଥ
ଯେବେଠୁ ବୁଝିଲି ଜୀବନର ଅର୍ଥ
ସ୍ୱାର୍ଥନୁହେଁ ଜୀବନର ଅର୍ଥ
ବିକଶିତ ମନଟା ଯେବେ ଅପୂର୍ଣ୍ଣ
ଅଧୁରା ଲାଗେ, ମୁଁ ଖୋଜିଥାଏ
ତ୍ରୁଟି ମୋର ନିଜେ ନିଜର
ଆତ୍ମବିଶ୍ଳେଷଣ କରେ
ଠିକ ସେତିକିବେଳେ
ନିଜକୁ ସମୀକ୍ଷା କରେ.....
