ଅନ୍ତ
ଅନ୍ତ
ଖୋଜେ ଏବେ ଉପସଂହାର ଜୀବନର
କିନ୍ତୁ ପାଏନା କେଉଁଠି ଅନ୍ତ
ଶୁଣିଥିଲି ଯାହାର ଆଦି ଥାଏ
ତାର ଅନ୍ତ ଥାଏ ବୋଲି
ବୁଝିନଥିଲି ଜୀଵନ ଉପସଂହାରବିହୀନ
ପ୍ରାରମ୍ଭ ବୋଲି, ପ୍ରଳୟର ତାଣ୍ଡବଲୀଳା
ରଚିଦିଏ ଜୀବନଟା, ଅର୍ଥ ସବୁ ଅନର୍ଥ ଲାଗେ
ଜୀବନଟା ବି ବ୍ୟର୍ଥ ଲାଗେ
ମୁଁ କିନ୍ତୁ ଖୋଜିଥାଏ ନୂଆ ସହର
ଯେଉଁଠି ସବୁକିଛି ସୂରିଲା ଥିବ
ଜୀବନଟା କିନ୍ତୁ ଏବେ ସବୁ ଲାଗେ
ବେସୁରା ବେତାଳ, ମୁଁ ଖୋଜେ ଏକ
ଏମିତି ଉପସଂହାର, କିନ୍ତୁ ଜୀବନଟା
ଲାଗେ ଏବେ ଆଦି ଅନ୍ତ ହୀନ
ଅସୀମ ଅନନ୍ତ................
