ଜୀଵନ
ଜୀଵନ
ଯେଉଁଠି ଆରମ୍ଭ ସେଇଠି ଅନ୍ତ
ସମସ୍ୟା ଯେ ଏକ ସୋପାନ
ସିଡ଼ି ପାହାଚ, ମୁଁ ବୁଝିସାରିଛି
ଜୀବନ ଯେ ଏକ ଉପାଦେୟ ବୃକ୍ଷ
ବୁଝିଲେ ମଧୁ ଝରଣା
ନହେଲେ ପ୍ରଳୟଙ୍କାରୀ ବିଭୀଷିକା
ପଡିଛି ଉଠିଛି କ୍ଷତାକ୍ତ ବି ହେଇଛି
ଆଗକୁ ବଢିଛି, ଫେରି ଚାହିଁନି
ପଛକୁ କେବେ କି ସେ ଅତିକ୍ରାନ୍ତ
ବିଗତ ଜୀବନର ଦୀର୍ଘ ପଥକୁ
ଜୀବନକୁ ସହଜ ସୁଗମ
ସୁନ୍ଦର ସରଳ ସାବଲୀଳ
କରିବା ପାଇଁ, ଏହି ଯେ ମୋର
ସଫଳ ପ୍ରୟାସ, ଜୀବନ କିନ୍ତୁ
ଏକ ପ୍ରୟାସ ସାମ୍ନାରେ
ଜୀଵନ ନତମସ୍ତକ ହୁଏ......
