ଆକାଂକ୍ଷା
ଆକାଂକ୍ଷା
ମେଞ୍ଚାଏ ଆଲୁଅ ପାଇଁ ଯଦି ଅପାସରିଯାଏ
ଅନ୍ଧକାର, ଜୀଵନ ଯଦି ଅମା ଅନ୍ଧକାର
କୁସଂସ୍କାରର, କାଣିଚାଏ ସଂସ୍କାର
କାହିଁକି ହଟିଯିବନି କୁସଂସ୍କାର
ଭଲପାଇବା ଯଦି ମୋର ଧର୍ମ
ମୁଁ ସେହି ଧର୍ମରେ ଦୀକ୍ଷିତ ହୁଏ
ଆଲୁଅ ର ବିରାଟ ପଟୁଆର
ପୁଣି ସାମ୍ରାଜ୍ୟ ଅନ୍ଧାର ର
ଵିନ୍ଦୁ ଵିନ୍ଦୁ ଜଳ ଯଦି
ଆତ୍ମ ପ୍ରକାଶ ଏକ ଅଥଳ ସିନ୍ଧୁର
କାଣିଚାଏ ପୁଣ୍ୟର ବେଳାରେ
ହଟିଯିବନି କାହିଁକି ପସରା ପାପର
ଆକାଶ ଛୁଆଁ ଆକାଂକ୍ଷା କାହିଁକି
ଲଙ୍ଘିଯିବନି, ଅଥଳ ସିନ୍ଧୁଏ ଆକାଂକ୍ଷା ତାର
