Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Children

4  

Satyabati Swain

Children

ସ୍ୱାମୀଜୀ

ସ୍ୱାମୀଜୀ

1 min
429



ପିଲେ ଶୁଣ ବିଲେ ବୋଲି ଥିଲା ପିଲାଟିଏ

ପିଲାଦିନୁ ଈଶ୍ୱର ପ୍ରେମରେ ମଗ୍ନଥାଏ।


ବିଚକ୍ଷଣ ଥିଲା ଧୀଶକ୍ତି ଜ୍ଞାନ ତାର

ଉଜ୍ଜ୍ୱଳ ମୁଖକୁ ଡଉଲ କାନ୍ତି ଯାର ।


ଥିଲା ସେ ବୁଦ୍ଧି ବିଦ୍ୟାରେ ଧୁରନ୍ଧର 

ଶିଷ୍ୟ ରାମକୃଷ୍ଣ ପରମହଂସଙ୍କର ।


ଆମେରିକା ଚିକାଗୋ ସହରରେ

ଯୋଗ ଦେଇଥିଲେ ଧର୍ମ ସମ୍ମିଳନୀରେ ।


ଧର୍ମୀୟ ଚେତନା ସଂସ୍କୃତି ଭାରତର

ମହାନ କରିଦେଲେ ବିଶ୍ୱ ଦରବାର ।


ଉଠ୍ ଜାଗ୍ରତ ହୁଅ ଆଗେଇଚାଲ

କର୍ମଠ ସତ୍ୟ ଧର୍ମରେ ମନ ଭର ।


ଉଦୀୟମାନ ପ୍ରଜ୍ଞାର ଅଧିକାରୀ

ଯୁବଜଗତର ପ୍ରତୀକ ହୋଇକରି ।


ସ୍ୱାମୀଜୀ ନାମକୁ କାଳ କାଳ ପାଇଁ

ଇତିହାସେ ହେଲେ ମରଣଜୟୀ ।


ବିଲେ,ନରେନଦତ୍ତ ,ବିବେକାନନ୍ଦ

"ସ୍ୱାମୀଜୀ " ରୂପେ ବାଣ୍ଟିଲେ ମହାନନ୍ଦ ।


ବିଶ୍ୱ ବିଜୟୀ ପୁଅ ଭାରତ ମା'ର

କାଳ ଜୟୀ ତୁମେ ସବୁ ସମୟର ।


Rate this content
Log in

Similar oriya poem from Children