Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Maitreyee Kamila

Classics

3  

Maitreyee Kamila

Classics

ସ୍ୱାମୀ ବିବେକାନନ୍ଦ

ସ୍ୱାମୀ ବିବେକାନନ୍ଦ

1 min
234



୧୮୬୩ ଜାନୁଆରୀ ୧୨

କଲିକତା ସ୍ଥିତ ବିଶ୍ଵନାଥ ଦତ୍ତ ,ଭୁବନେଶ୍ଵରୀ ଦେବୀ ଙ୍କ ଗୃହରେ ଜନ୍ମ।

ରାମକୃଷ୍ଣ ପରମହଂସ ଙ୍କୁ ପାଇ ଗୁରୁରୂପେ

ଦେଇଥିଲ ଯୁବସମାଜ କୁ ଦିବ୍ୟଜ୍ଞାନ

୧୮୯୩ ସେପ୍ଟେମ୍ବର ୧୧

ବିଶ୍ୱ ଧର୍ମସମ୍ମିଳନୀ ରେ ଭାରତ ର ପ୍ରତିନିଧି ରୂପେ ଯୋଗଦାନ

'ହେ ମୋର ଆମେରିକା ବାସୀ ଭାଇ ଓ ଭଉଣୀ' କହି କରିଥିଲ ସମ୍ବୋଧନ।

ବିଶ୍ୱ ଦେଖିଥିଲା ଭାରତ ର

ପବିତ୍ରତା, ସାଗର ର ଗଭୀରତା, ସହନଶୀଳତା

ଆମ ସଂସ୍କୃତି ର ମହାନତା

ଅଗାଧ ପାଣ୍ଡିତ୍ୱ

 ଉଦାର ବ୍ୟକ୍ତିତ୍ୱ ର ହୋଇଥିଲା ଜୟ

କରତାଳି ରେ ପୁରି ଉଠିଲା ଧର୍ମସଭା

କାଶ୍ମୀର ରୁ କନ୍ୟାକୁମାରି ସ୍ତବ୍ଧ ଦେଖି ସଂସାର ଭିତରେ ତଵ ସନ୍ୟାସୀ ଭାବ।

ଦେଶ ର ଯୁବ ସମାଜ କୁ ଦେଇଥିବା ମହାନ ବାଣୀ-

କୋଟି ଜନତା ଭୋକିଲା ଥିବା ବେଳେ ରାଷ୍ଟ୍ର ର ନବଜାଗରଣ ଅସମ୍ଭବ,

ବ୍ୟକ୍ତି ଓ ସମାଜ ର ସାମଗ୍ରିକ ବିକାଶ ହେବା ଆବଶ୍ୟକ,

ଶାରୀରିକ, ବୌଦ୍ଧିକ, ନୈତିକ,ଓ ଆଧ୍ୟାତ୍ମିକ ସ୍ତର ରେ ବ୍ୟକ୍ତି ଓ ସମାଜ ର ଅଭିବୃଦ୍ଧି ।

 ଯେତେପର୍ଯ୍ୟନ୍ତ ନିଜ ଲକ୍ଷ୍ୟ ସ୍ଥଳ ରେ ନପହଁଚିଛ ଉଠ, ଜାଗ୍ରତ ହୁଅ

ଆଜି ସେହି ସନାତନ ଧର୍ମ ର ମହାନ ବ୍ୟକ୍ତିତ୍ୱ ଙ୍କ ଜୟନ୍ତୀ ଅବସର ରେ କୋଟି କୋଟି ପ୍ରଣାମ।



Rate this content
Log in