STORYMIRROR

Satyabati Swain

Inspirational

4  

Satyabati Swain

Inspirational

ସ୍ୱାକ୍ଷର

ସ୍ୱାକ୍ଷର

1 min
540

ରାତି ପାହିଗଲା  ସକାଳ ହୋଇଲା

    ବିଛେଇ ପଡିଲା ଖରା

ସୁରଭି ସୁଗନ୍ଧ  ଦଶ ଦିଗେ ଦେଖ

    ବାସନା ଚହଟି ଗଲା।


ଗୁଣୁ ଗୁଣୁ ଗୀତ  ଭଅଁର ଗାଉଛି

    ଫୁଲେଇ ହେଉଛି ଫୁଲ

ସୁଲୁ ସୁଲୁ ବାଆ ନାଚ ଶିଖାଇବ

   ଫୁଲ ବାନ୍ଧୁଛି ଘୁଙ୍ଗୁର।


ପକ୍ଷୀଠୁ ଶିଖିବ ସାତ ସୁର ଫୁଲ

   ମୁକୁଳା ଜୀବନ ଗୀତ

ଶିଶିର ବିନ୍ଦୁ ତ ପାଦ ପଖାଳିବ

  ଦର୍ଶକ ମହୁମାଛି ମିତ।


ଫୁଲ ସଂଗେ ତୁଳ ଆମେ ଯେତେ ଶିଶୁ

    ପ୍ରତିଭା ସୁରଭି ଆମ

ନ ମାନିବୁ ବାଧା  ସୀମା ସରହଦ

    ବାସିବୁ ଚନ୍ଦନ ସମ।


ଆଜି ଅଛୁ ସାନ କାଲି ହେବୁ ବଡ଼

    ଗଢିବୁ ରାମ ରାଇଜ

ସବୁରି କ୍ଷେତ୍ରେରେ ପାଦ ଥାପିବାକୁ

    ଶୈଶବ ହେଉଛି ସଜ।


ଫୁଲ ପରି ବାସ ଚହଟାଇ ଦେବୁ

   ଅଙ୍ଗନ ଗଗନ ଛାଇ

ଆମେ ଯେତେ ଶିଶୁ ଗଢ଼ିଦେବା ସିନ୍ଧୁ

   ଆସରେ ଏକାଠି ହୋଇ।


ଚନ୍ଦ୍ରରେ ଜାଗା କିଣି ମଙ୍ଗଳ ଗ୍ରହେ

    କରିବୁ ତ ଆମେ ଘର

କ ରୋନା ହଟାଇ ସଚେତନ ହୋଇ

    "ସାକ୍ଷର" ହେବୁ ପିଲା ଭାରତର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational