STORYMIRROR

Jayashree Maharana

Inspirational

3  

Jayashree Maharana

Inspirational

ସ୍ୱାଧୀନତା

ସ୍ୱାଧୀନତା

1 min
409

ଦେଶ ପୀରତିର ଦୁର୍ମୂଲ୍ୟ ସମ୍ପଦ

ହୃଦୟରେ ସଦା ଭରି

ବୀର ପୁରୁଷଙ୍କ ଆପ୍ରାଣ ଉଦ୍ୟମେ

ଇଂରେଜ ଗଲେ ଡରି ।

ଗୋରା ବାହିନୀର ବିରାଟ ଫାଶରୁ

ମୁକ୍ତ ହୋଇ ଦେଶବାସୀ

ଦୁଃଖ ଭୂଲିଯାଇ ତ୍ରିରଙ୍ଗା ପତାକା

ଉଡାଇଲେ ହୋଇ ଖୁସି ।

ମୁକ୍ତ ବିହଙ୍ଗର ଜୀବନ ସମାନ

ଉଡିବାକୁ ଚାହିଁଥିଲେ

ଆଶା ଆକାଂକ୍ଷାର ଭାବନା ଅନେକ

ହୃଦୟରେ ବାନ୍ଧିଥିଲେ ।

କିଏ ଜାଣିଥିଲା ସବଳ ହାତରେ

ଦୁର୍ବଳର ପ୍ରାଣ ଯିବ

ଧନୀ ମଣିଷର କପଟ ପଥରେ

ଦରିଦ୍ରତା କାନ୍ଦୁଥିବ ।

ଜାତି ଅଜାତିର ପ୍ରାଚୀର ଆଗରେ

ଉପହାସ ନରଜାତି

ଚୋରି ଡକାୟତି ଲୁଣ୍ଠନ ଧର୍ଷଣ

ନିର୍ଭୟରେ ଯାଏ ମାତି ।

ଆସ ଫେରିଆସ ମହାନ ପୁରୁଷ

ସତ୍ୟ ଧର୍ମ ସଙ୍ଗେ ନେଇ

ମିଠା ମିଠା ସୁରେ ଭାରତ ବୁକୁରେ

ସ୍ୱାଧୀନତା ଗୀତ ଗାଇ ।


Rate this content
Log in

Similar oriya poem from Inspirational