STORYMIRROR

Sandhyarani dash

Children

3  

Sandhyarani dash

Children

ସ୍ୱାଧୀନତା

ସ୍ୱାଧୀନତା

1 min
150


ସ୍ୱାଧୀନତା ଅର୍ଥ ନୁହେଁ ନିଜ ସ୍ବାର୍ଥ

ସମୁହିଁ ସ୍ବାର୍ଥକୁ ତେଜି

ବିଶ୍ୱାସ ଘାତକ ପଣେ ଅବଗ୍ରାହି

ପାରୁନ ଅନ୍ୟକୁ ହେଜି।


ହେ ସ୍ୱାଧୀନଚେତା ଦେଶର ଜନତା

ଭାବି ଦେଖ ଟିକେ ଥରେ

ସ୍ବାର୍ଥ ପରାତାର କ୍ରୁର ଆଚରଣ 

ମଣିଷ କିପରି ମରେ।


ସ୍ୱାଧୀନତା ନାମେ ପରାଧିନତାକୁ 

ଆପଣାଇ ଚତୁରରେ

ଚାଟୁକାରେ ଗୁଣ ଆଚରି ଜୀବନେ

ରହୁ ପର ଅଧୀନରେ।


ଯେତେ ଦିନ ଥିବା ପର ଅଧୀନରେ

ନ ପାଇବା ଟିକେ ସୁଖ

ସ୍ବାଧିନ ଚେତନା ସ୍ବାଧିନ ଭାବନା

ଆଣି ଦେବ ମହାସୁଖ।


ସ୍ୱାଧୀନତାର ଏ ପବିତ୍ର ଦିବସେ

ଆସ ଶପଥ କରିବା

ଆମ ପୂର୍ବ ସୂରି ସଂଗ୍ରାମୀ ଙ୍କୁ ସ୍ମରି

ସ୍ବାଧିନ ସୁଖ ବାଣ୍ଟିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children