ସ୍ୱାଧୀନତା
ସ୍ୱାଧୀନତା
ସଭ୍ୟତା ର ପରସ୍ତ ପରସ୍ତ ଅଳନ୍ଧୁ ଭିତରେ
ନିଜକୁ ଆଜି ଶତ ବାର ପ୍ରଶ୍ନ କରେ
ସତରେ କଣ ଆଜି ନାରୀ ସ୍ୱାଧୀନ ଚେତା
ସତରେ କଣ ନାରୀ ଆଜି ବିଜେତା ll
ସଂସ୍କାର ରୂପକ ଛୋଟୀ ମୁରୁଜ ରେ
ଘର ର ଏରୁଣ୍ଡି ବଂଧ ଭିତରେ
ସତରେ ପାଇଛି କି ନାରୀ ସ୍ୱାଧୀନତା
ଗଢି ତୋଳିଥାଏ ଆସ୍ଥା ଓ ବିଶ୍ୱାସ ର କାନ୍ଥ
ଲେଖିଥାଏ ଯେଉଁଥିରେ ଜୀବନ ର ପରିଭାଷା ll
ଗରମ ଆଉ ଲୁଣି ଲୁହ ର କଲମ ରେ
ଲେଖିଚାଲିଛି କେତେ ଅଭେଦ୍ୟ କବିତା
ଆଜି ସେ ଚିର ଉପେକ୍ଷିତା ଚିର ଅବହେଳିତା
ପୁଣି ସମାଜ କହେ ନାରୀ ସ୍ୱାଧୀନଚେତା ll
ପ୍ରକୃତ ରେ ଏହା କଣ ତାର ସ୍ୱାଧୀନତା?
ନିଜର ପ୍ରତ୍ୟେକ ସ୍ୱାଧୀନ ଚିନ୍ତାଧାରା ର
ସ୍ୱାଧୀନ ଭାବେ ପରିସ୍ଫୁଟନ କରି ପାରେ କି?
ଏ ଭଦ୍ର ମୁଖା ପିନ୍ଧାଠିକାଦାର ପାଖରେ
ଦିନ ରେ ଅଠର ଘଂଟା ଖଟି ପାରୁଥିବା ମେସିନ ଟେ
ଯେ ସବୁବେଳେ ନିଜ ସଂସ୍କାର, ବଂଶ ମର୍ଯ୍ୟାଦା
ସବୁ ଜଗି ରହିସର୍ବଦା ଚାଲିଥାଏ ll
