STORYMIRROR

jyotsna mayee panda

Classics

3  

jyotsna mayee panda

Classics

ସ୍ୱାଧୀନତା

ସ୍ୱାଧୀନତା

1 min
186

ସଭ୍ୟତା ର ପରସ୍ତ ପରସ୍ତ ଅଳନ୍ଧୁ ଭିତରେ 

ନିଜକୁ ଆଜି ଶତ  ବାର ପ୍ରଶ୍ନ କରେ 

ସତରେ କଣ ଆଜି ନାରୀ ସ୍ୱାଧୀନ ଚେତା 

ସତରେ କଣ ନାରୀ ଆଜି ବିଜେତା ll

ସଂସ୍କାର ରୂପକ ଛୋଟୀ ମୁରୁଜ ରେ 

ଘର ର ଏରୁଣ୍ଡି ବଂଧ   ଭିତରେ 

ସତରେ  ପାଇଛି  କି  ନାରୀ ସ୍ୱାଧୀନତା 

ଗଢି ତୋଳିଥାଏ  ଆସ୍ଥା ଓ ବିଶ୍ୱାସ ର କାନ୍ଥ 

ଲେଖିଥାଏ ଯେଉଁଥିରେ ଜୀବନ ର ପରିଭାଷା ll

ଗରମ ଆଉ ଲୁଣି ଲୁହ ର କଲମ ରେ 

ଲେଖିଚାଲିଛି କେତେ ଅଭେଦ୍ୟ କବିତା 

ଆଜି ସେ ଚିର ଉପେକ୍ଷିତା ଚିର  ଅବହେଳିତା 

ପୁଣି ସମାଜ କହେ ନାରୀ ସ୍ୱାଧୀନଚେତା ll

ପ୍ରକୃତ ରେ ଏହା କଣ ତାର   ସ୍ୱାଧୀନତା?

ନିଜର  ପ୍ରତ୍ୟେକ ସ୍ୱାଧୀନ ଚିନ୍ତାଧାରା ର 

ସ୍ୱାଧୀନ ଭାବେ ପରିସ୍ଫୁଟନ  କରି  ପାରେ କି?

ଏ ଭଦ୍ର ମୁଖା ପିନ୍ଧାଠିକାଦାର ପାଖରେ 

ଦିନ ରେ ଅଠର ଘଂଟା ଖଟି ପାରୁଥିବା ମେସିନ ଟେ 

ଯେ ସବୁବେଳେ ନିଜ ସଂସ୍କାର, ବଂଶ ମର୍ଯ୍ୟାଦା 

ସବୁ ଜଗି ରହିସର୍ବଦା ଚାଲିଥାଏ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics