STORYMIRROR

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍

ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍

1 min
349


ସଚ୍ଚା ଦେଶ ପ୍ରେମ ହୃଦୟେ ଯାହାର

ପ୍ରତି ରକ୍ତ ବିନ୍ଦୁ କରଇ ଚିତ୍କାର

ସେହି ଅଟେ ବୀର ସମ୍ବଲପୁର ର

ସୁରେନ୍ଦ୍ର ସାଏ ପ୍ରିୟ ମାତୃଭୂମିର ll


ଇ°ରେଜ ବିରୁଦ୍ଧେ ସଂଗ୍ରାମରେ ମାତି

ବିଦ୍ରୋହୀ ବୋଲାଏ ଫୁଲାଇ ତା ଛାତି

କୋଡିଏ ବରଷ ଯୁଦ୍ଧରେ ଯେ ବ୍ରତୀ

ସ୍ୱାଧୀନ ପାଇଁ କି ଜୀବନ ଆହୂତି ll


ଛତିଶି ବରଷ କାଟେ କାରାଗାରେ

ବିପ୍ଲବୀ ସାଜିଲ ନେଇ ନେତୃତ୍ୱରେ

ଲୁଚି ଛପି ବଣେ ଯୋଦ୍ଧା ସନ୍ଧାନରେ

ବୀରତ୍ୱ ଦେଖାଅ ଯେ ଯୁଦ୍ଧ କ୍ଷେତ୍ରରେ ll


ନାମ ଶୁଣିଦେଲେ ବିଦେଶୀ ଛାନିଆଁ

ପାଇକ ବିଦ୍ରୋହେ ସୁରେନ୍ଦ୍ର ଆଗୁଆ

ଦକ୍ଷ ରଣ ଶୈଳୀ ନେତା ସେ ଟାଣୁଆ

ସଲାମ କରୁଛି ଏସାରା ଦୁନିଆଁ ll


ତେଇଶି ତାରିଖ ଜାନୁଆରୀ ମାସ

ଅଠର ଶହ ନ ଏବେ ଇତିହାସ

ପଳାଇ ଗଲାଣି ଅନେକ ବରଷ

ଜନ୍ମ ଦିନେ ସ୍ମୃତିକୁ କରୁ ପ୍ରକାଶ ll


 ଗ୍ରାମ ଯେ ବର ଗାଁ ସମ୍ବଲପୁର ର

ଜନମ ସ୍ଥାନସେ ସୁରେନ୍ଦ୍ର ସାଏର

ପିତା ଧରମ ସିଂ ଚୌହାନ ବଂଶ ର

ମାତା ରେବତୀ ଦେବୀ ପୁଣ୍ୟବାନର ll


 ସୁନାମ ରଚିଲ ଅମର ଯେ ରହି

ଜାତୀୟତା ପ୍ରେମ ସଭିଙ୍କୁ ଯେ ଦେଇ 

ତୁମ କୀର୍ତ୍ତି ଆଜି ପ୍ରତି ପ୍ରାଣେ ବହି

ମନେ ପକାଉଛି ସ୍ୱାଧୀନତା କହି ll



Rate this content
Log in

Similar oriya poem from Inspirational