Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ସ୍ୱାଧୀନତା ପରେ

ସ୍ୱାଧୀନତା ପରେ

1 min
190


ଇତିହାସେ କେତେ କଳଙ୍କ କାଳିମା

  ରକତରେ ଲେଖା କେତେ,

ହଜି ଯେ ଯାଇଛି ଅତୀତ ଗର୍ଭରେ

  କାହାଣୀ ହୋଇଛି ଯେତେ |


ଇତିହାସ କହେ ଭାରତବର୍ଷ ଯେ

   ଯେବେ ପରାଧୀନ ଥିଲା,

ଇଂରେଜ ଶାସକ ଶାସନ ଆଳରେ

   ଭାରତକୁ ଶୋଷୁଥିଲା |


ଶାସନେ କ୍ରୂରତା ହିଂସା ବିଭୀଷିକା

   କେତେ କେତେ କଳାପାଣି,

ବିନା ଅପରାଧେ ନିର୍ମମ କଷଣ

   ନାହିଁ ପ୍ରତିବାଦ ବାଣୀ |


ଅସହ୍ୟ ହେବାରୁ ଭାରତ ସନ୍ତାନେ

   ଯେବେ ଗର୍ଜି ଉଠିଥିଲେ,

ଥରହର ହେଲା ଇଂରେଜ ଶାସକ

   ଦମନ କରି ଚାଲିଲେ |


ସ୍ୱାଧୀନତା ପାଇଁ ସଂଗ୍ରାମ ଚାଲିଲା

   ଦିନେ ନୁହେଁ ଶହ ବର୍ଷ,

କେତେ ଯେ ମରଣ ଦେଖିଛି ଏ ଦେଶ

   ସାକ୍ଷୀଅଛି ଇତିହାସ |


ସ୍ୱାଧୀନତା ଯୁଦ୍ଧେ ଥିଲା ଦୁଇସ୍ରୋତ

   ନେତୃବୃନ୍ଦେ ମତଭେଦ,

ସlମ୍ୟବାଦ ଥିଲା ଗୋଟିଏ ସ୍ରୋତରେ

   ଅନ୍ୟ ସ୍ରୋତେ ପୁଞ୍ଜିବାଦ |


ସେଥିପାଇଁ ବୀର ଭଗତ ସିଂହ ଯେ

   ଫାଶୀଖୁଣ୍ଟେ ଝୁଲିଥିଲେ,

ନେତାଜୀ ସୁଭାଷ ଜାତୀୟ କଂଗ୍ରେସ

   ତ୍ୟାଗ କରି ଦେଇଥିଲେ |


ଆହ୍ୱାନ ଦେଲେ ସେ ସ୍ୱାଧୀନତା ଦେବି

   ମୋତେ ତୁମେ ରକ୍ତ ଦିଅ,

ଭିକ୍ଷାରେ ମିଳେନା କେବେ ସ୍ୱାଧୀନତା

   ତରବାରୀ ତୋଳି ନିଅ |


ସବୁ ବୃଥା ହେଲା ପୁଞ୍ଜିପତି ହାତେ

   ରହିଗଲା ସ୍ୱାଧୀନତା,

ଦୁଇଖଣ୍ଡ ହେଲା ଭାରତ ମାଟିଟା

    ସବୁହେଲା ସ୍ଵାର୍ଥେ ବନ୍ଧା |


ବିଦେଶୀ ବଣିକ ପରାଧୀନ ବେଳେ

    ଯେଉଁ ନୀତି ବାଛିଥିଲା,

ସ୍ୱାଧୀନତା ପରେ ସ୍ୱଦେଶୀ ବଣିକ

    ସେଇ ପଥ ଆଚରିଲା |


ଆଇନ ଚାଲିଛି ଆଇନ ବାଟରେ

    ଏଠି ସତ ମିଛ ହୁଏ,

ପ୍ରମାଣ ଅଭାବେ ହତ୍ୟାକାରୀ ଏଠି

    ନିର୍ଦୋଷରେ ଖସିଯାଏ |


ବ୍ୟଭିଚାର ଆଜି ବଢ଼ି ଯେ ଚାଲିଛି

    ମାଦକ ବେପାର ଚାଲେ,

ପ୍ରତିବାଦ ଆଜି କରିବା ଲୋକ ଯେ.

    କିଛି ଵୁଝି ନପାରିଲେ |


ତଥାପି ଭରସା ରହିଛି ମନରେ

    ଆସିବ ଯେ ସ୍ୱାଧୀନତା,

ଇତିହାସ କହେ ପରିବର୍ତ୍ତନର

    ରହିଛି ନିରନ୍ତରତା |


ଡୁବିଛି ଅତୀତେ ରାଜାର ରାଜତ୍ୱ

    କେତେ ଯୁଦ୍ଧ ଅହମିକା,

ଫ୍ରାନ୍ସ ରୁଷ ଭଳି ଦେଶ ବଦଳିଛି

    ଇତିହାସେ ଅଛି ଲେଖା |



Rate this content
Log in

Similar oriya poem from Inspirational