STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ସ୍ୱାଦ

ସ୍ୱାଦ

1 min
206

ଭିନ୍ନ ଏକ ସ୍ୱାଦ କୁ ଇଛା ବାରମ୍ବାର

ହୃଦବୋଧ କରିବାକୁ ଭାବନା ଅଧିର

ଅନାୟଷେ ନୂତନତ୍ୱ ମିଳେ-ଅବା କାହିଁ

ଉଜ୍ଜୀବିତ ଉତ୍ତଫୁଲିତ ଉଲ୍ଲାସିତ ହୋଇ


କାମନା ର ପିଞ୍ଜୁରୀର ଆବଦ୍ଧ ସେ ସ୍ୱାଦ

ଭାଵନାର ମୋହ ନେଇ ସ୍ୱାଦ ଟି ଜୀବିତ 

କୀର୍ତ୍ତନର ମହାମାୟା ଆଧାର ତା ତିନି

ଓଁ କାର ଶବ୍ଦଭେଦର ପ୍ରଭଞ୍ଜନ ଗତି


ଅନନ୍ତ ମାର୍ଗରୁ ଛନ୍ଧା ଅଛି ତାର ସ୍ୱର

ସୁପ୍ତରେ ସୁପ୍ତରେ ରହି ସ୍ୱର ତା ବିଚିତ୍ର

ଦି ଅକ୍ଷରି ଶବ୍ଦ ଛନ୍ଦେ ଅନ୍ତରୁ ନିଷ୍କରେ

ଗୁପ୍ତ ବିଦ୍ୟା ଭାଵ ପୁର୍ଣ୍ଣ ଥାଏ ନିରନ୍ତରେ


ମହା ଯୋଗୀ ମହା ତପି ମହାନ ପୁରୁଷେ

ସ୍ୱାଦ ବିନୁ ମୃତ୍ୟୁ ସମ ନର୍କଭୋଗ ବାସେ 

ନିତ୍ୟ ବାସ ଲାଳାୟିତ ମହାନ ପଣ୍ଡିତେ

ଲାଲଷରେ ବିଭୋଳିତ ଚୈତ୍ୟ ବିମଣ୍ଡିତେ


ଆଲୋକ ସତ୍ତାରେ ଅଛି ଜେଶନ ଅନ୍ଧାର

ଆତ୍ମା ମଧ୍ୟେ ଲୁକ୍କାୟିତ ସ୍ୱାଦ ସୁ ମଧୁର

ପୃଥିବୀ ପୃଷ୍ଠରେ ନୀର ଜେଶନେ ତ୍ରିଗୁଣ

ତେଶନେ ସ୍ଵାଦର ବାସ୍ନା ଅଟେ ତିନି ପଣ


କଣ୍ଟକ ପଠାରୁ ପୁଷ୍ପ ଜେଶନେ ରଙ୍ଗୀନ

ତେଶନେ ଆତ୍ମା ପିଞ୍ଜୁରୀ ସ୍ୱାଦ ବିଦ୍ୟମାନ 

ମୁଖୁଁ ସ୍ୱାଦ ବାରି ବାରେ ଶ୍ରବଣ ଚିତ୍ତରେ

ଆନନ୍ଦର ଅପୁରନ୍ତା ଜ୍ଞାନ ଚିତ୍ତେ ଧରେ


ଦେବ ଦାନବେ ମାନବେ ପଶୁ କିମ୍ବା ପକ୍ଷୀ

ଯୁଗ ଯାଇ ଯୁଗ ଆସେ କୀର୍ତ୍ତୀଛନ୍ତି ଜୋଖି 

ପୌରାଣିକ କିମ୍ବଦନ୍ତୀ ଅନୁଶାସନରେ

ସ୍ୱାଦ ବିନୁ ଜୀଵ ଗଣ୍ୟ ନୁହେଁ ଏ-ଭୁଧରେ


ନାମ ସ୍ୱାଦ ହିଁ ବିବାଦ ଯୁଗ ଯାଏ ଯୁଗ

କେ ଜାଣିଛି ମର୍ତ୍ୟୁ ତାର ଅଛି କେଉଁ ଭୋଗ 

ଭିନ୍ନକାଳେ ଭିନ୍ନ ଦେହେ ଜନ୍ମ ମୃତ୍ୟୁ ଲେଖ

ସତ୍ୟ ଦ୍ଵାପର ତ୍ରେତୟା ବିଭିନ୍ନ ଆଲେଖ୍ୟ


ଏ ଯୁଗେ ସ୍ଵାଦର ଗନ୍ଧ ବିଖରି ନା ପାରେ

ପିଞ୍ଜୁରୀରୁ ସ୍ୱାଦ ମୁକ୍ତ ଇଛା ନାହିଁ ଧରେ

କଳ୍କୀ ଆସି ଦେବ ମୁକ୍ତି ଅପେକ୍ଷାରେ ସ୍ୱାଦ

ବିବଶତା , ଧିତିକ୍ତତା ଅଛି ମତଭେଦ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract