STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ସ୍ୱାଭିମାନ

ସ୍ୱାଭିମାନ

1 min
3K

ଦୁଃଖମାନେ

ଷଡଯନ୍ତ୍ର କରି

କରନ୍ତୁ ଶତ ହଇରାଣ

ଅଜାଣତେ ଚୁରମାର ପଛେ କରିଦିଅନ୍ତୁ

ମୋ ସୁନା ସପନ

ନିଃସଙ୍ଗ ହେଉ ପଛେ ମୋ ଜୀବନ

ଅଧା ବାଟେ ପର କରିଦିଅନ୍ତୁ ମୋ ସଖାମାନ

ସରିଯାଉ ମୋ ଜୀବନ ସଞ୍ଚିତ

ଧନ ଆଉ ଯେତେ ଯାହା ଅଳଙ୍କାର ରତ୍ନ

ଅଟକିଯାଉ ପଛେ

ମୋ ହୃଦୟର ସ୍ପନ୍ଦନ

ଉଭେଇଯାଉ ପଛେ

ସାଉଁଟିଥିବା ସବୁ ସାମାଜିକ ସମ୍ମାନ

ଅଦିନେ ଲିଭିଯାଉ ପଛେ

ମୋ ପ୍ରଦୀପ ପ୍ରାଣ


ହେଲେ

ଜିଇଁଥିବା ଯାଏ

ଆଉ

ମରିବା ଯାଏ

ବଞ୍ଚିରହୁ ମୋ ଜୀବନ ସ୍ୱାଭିମାନ



Rate this content
Log in

Similar oriya poem from Abstract