STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ସ୍ୱାଭିମାନ

ସ୍ୱାଭିମାନ

1 min
3.0K

ଦୁଃଖମାନେ

ଷଡଯନ୍ତ୍ର କରି

କରନ୍ତୁ ଶତ ହଇରାଣ

ଅଜାଣତେ ଚୁରମାର ପଛେ କରିଦିଅନ୍ତୁ

ମୋ ସୁନା ସପନ

ନିଃସଙ୍ଗ ହେଉ ପଛେ ମୋ ଜୀବନ

ଅଧା ବାଟେ ପର କରିଦିଅନ୍ତୁ ମୋ ସଖାମାନ

ସରିଯାଉ ମୋ ଜୀବନ ସଞ୍ଚିତ

ଧନ ଆଉ ଯେତେ ଯାହା ଅଳଙ୍କାର ରତ୍ନ

ଅଟକିଯାଉ ପଛେ

ମୋ ହୃଦୟର ସ୍ପନ୍ଦନ

ଉଭେଇଯାଉ ପଛେ

ସାଉଁଟିଥିବା ସବୁ ସାମାଜିକ ସମ୍ମାନ

ଅଦିନେ ଲିଭିଯାଉ ପଛେ

ମୋ ପ୍ରଦୀପ ପ୍ରାଣ


ହେଲେ

ଜିଇଁଥିବା ଯାଏ

ଆଉ

ମରିବା ଯାଏ

ବଞ୍ଚିରହୁ ମୋ ଜୀବନ ସ୍ୱାଭିମାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract