STORYMIRROR

Sambit Srikumar

Tragedy Classics Inspirational

4.3  

Sambit Srikumar

Tragedy Classics Inspirational

ରୂପଜୀବୀ

ରୂପଜୀବୀ

1 min
208



ରୂପଜୀବୀ କେବେ ପଚାରି ବୁଝେନି

ତୁମେ କେତେ ବିଦ୍ଯାବାନ

କେଉଁ କେଉଁ ଶାସ୍ତ୍ରରେ

ତୁମେ ପାରଦର୍ଶୀ ବିଦ୍ବାନ।


ରୂପଜୀବୀ କେବେ ପରଖି ଜାଣେନି

ତୁମେ କେତେ ଗୁଣବାନ

କେତେ କେତେ କଳା କୌଶଳରେ

ତୁମେ ପାରଙ୍ଗମ ନିପୁଣ।


ରୂପଜୀବୀ କେବେ ନିରେଖି ଦେଖେନି

ତୁମେ କେତେ ରୂପବାନ ରୂପବନ୍ତ

ସୁଠାମ ସୁଗଠିତ ଶରୀରର ଅଧିକାରୀ

ବୟୋବୃଦ୍ଧ ଅବା ଉଦ୍ଧାମ ତରୁଣ।


ରୂପଜୀବୀ ସଦା ତଦନ୍ତ କରଇ

ତୁମେ କେତେ ଧନବାନ

କେତେ ଧନ ସମ୍ପଦ ଐଶ୍ଵର୍ଯ୍ୟର

ତୁମେ ନିର୍ବିବାଦୀୟ ଅଧିଶ୍ବର

କେତେ ଅଚଳାଚଳ ତୁମର ଅଧୀନ।


ଦୁନିଆଟା ପରା ଏକ ରୂପଜୀବୀ

ନବୁଝଇ ରୂପ ଗୁଣ ବିଦ୍ଯାର ମହତ୍ତ୍ବ

ଏକମାତ୍ର ଧନ ଅଟେ ମାପକାଠି

ଦୁର୍ମୂଲ୍ଯ ଦୁର୍ଲଭ ମଣିଷ ଜୀବନର।


Rate this content
Log in

Similar oriya poem from Tragedy