ରୂପାନ୍ତର
ରୂପାନ୍ତର
ଖୁଵ୍ କଦାକାର
ରୂପରୁ ଯେମିତି
ଚିତ୍ରିତ ପ୍ରଜାପତିର ସୃଷ୍ଟି,,
ଠିକ୍ ସେମିତି ......
ଖୁଵ୍ ଖାମଖିୟାଲ୍ ଭାବରୁ
ଆଜିର ଅସ୍ମିତା ର ସୃଷ୍ଟି,,
ତୁ କରିଛୁ ଏ ପରିବର୍ତ୍ତନ
ଖୁଵ୍ ସଙ୍କୁଚିତ ଆଉ ମାର୍ଜିତ,,
ବେଲଗାମ୍ ଉନ୍ମୁକ୍ତ ମନକୁ
କରିଛୁ ବିଲକୁଲ୍ ସ୍ଥିର,,
ତୁ ଦଗ୍ଧିଭୂତ କରିଛୁ ପ୍ରଗଳ୍ଭତା
ନୀରବ ହେବାକୁ ଶିଖେଇଛୁ,
କହୁଥିବା ବକ୍ତବ୍ୟର ଅର୍ଥ
କେତେ ଭୟଙ୍କର ଜଣେଇଛୁ,,
ତୁ କେବଳ ନିଜର ଏ ପ୍ରତ୍ୟୟ
ମୋ ପ୍ରତିଟି ରକ୍ତ କଣା ରେ,,
ସେଥିପାଇଁ ମୋ ଲାଗି ବ୍ୟସ୍ତ
ଆଉ ବିବ୍ରତ ହୃଦୟ ତୋର,,
ମୁଁ ବୁଝିଲିଣି ସମ୍ପର୍କର ଗଣିତ
ଜାଣିଲିଣି ଅର୍ଥ ଆବେଗର,,
ତୋ ସଂସର୍ଗରୁ ଏ ରୂପାନ୍ତର
ସଭିଏଁ ଆଉ ଲଗନ୍ତିନି ନିଜର,,
*ସୌମ୍ୟା ଶୁଭଦର୍ଶିନୀ*
