STORYMIRROR

Biswanath Nayak

Abstract

2  

Biswanath Nayak

Abstract

ରୂପାନ୍ତର --------

ରୂପାନ୍ତର --------

1 min
2.8K

ମୃତ୍ୟୁ ଜୀବନ ପାଲଟେ

   ପରହିତେ ପ୍ରାଣୀ ଯେବେ 

            ଲଭଇ ମରଣ,

ଜୀବନ ମରଣ ସମ

    ମୃତ୍ୟୁ ଭୟେ ଯଦି ସଦା

             ସନ୍ତାପିତ ପ୍ରାଣ। 

ପର ଆପଣା ଲାଗଇ 

     ମିଳେ ଯେବେ ଅନୁରାଗ 

              ପ୍ରେମର ପରଶ,

ଆପଣା ପର ସମାନ

      ମନେ ଥିଲେ ଅବିଶ୍ବାସ

               ସନ୍ଦେହର ବିଷ। 

ଦିବସ ରଜନୀ ସମ

       ମନ ଆକାଶରେ ଥିଲେ

                ଦୁଃଖର ବାଦଲ,

ରାତ୍ରୀ ଦିବା ସମ ଦିଶେ

        ଅନ୍ତରରେ ସୁଖ- ରବି 

                ହେଲେ ଝଲମଲ। 

ଧନୀ କାଙ୍ଗାଳ ଲାଗଇ

        ଯାଚକକୁ ମନ ଜାଣି

                ନ କରିଲେ ଦାନ,

ନିର୍ଦ୍ଧନ ଲାଗଇ ଧନୀ

        ବୁଝିପାରେ ଯେବେ ସିଏ

                 ଯାଚକର ମନ। 

ଜ୍ଞାନୀ ଅଜ୍ଞାନ ଲାଗଇ

         ଅହଙ୍କାର କୁହେଳିରେ

                 ଭରିଥିଲେ ମନ,

ଥିଲେ ସମର୍ପିତ ଭାବ 

         ଅଜ୍ଞାନ ଜନଟି ପରା

                 ଲାଗେ ଜ୍ଞାନବାନ। 

ମାନବ ଦାନବ ସାଜେ

         ହୃଦୟେ ନଥାଏ ଯେବେ

                 ବିବେକ ଓ ଜ୍ଞାନ,

ବିବେକ ଓ ଜ୍ଞାନ ବଳେ

          ମଣିଷ ଦେବତା ସମ

                  ଲଭେ ସନମାନ। 


ମର୍ତ୍ତ୍ୟ ସରଗ ସମାନ

         ହୃଦେ ଥିଲେ ସ୍ନେହ,ପ୍ରେମ,

                  ବିଶ୍ଵାସ,ଭକତି,

ସ୍ଵର୍ଗ ନରକ ପାଲଟେ

          ମନେ ନଥିଲେ ବିଶ୍ଵାସ

                  ସ୍ନେହ, ପ୍ରେମ, ଶାନ୍ତି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract