STORYMIRROR

Tapan Dixit

Romance

2  

Tapan Dixit

Romance

ରୂପ ସହରର…ମଧୁଶାଳା

ରୂପ ସହରର…ମଧୁଶାଳା

1 min
2.3K


ଝଲକେ ହସରେ ବେହୋସ୍ କଲା ସେ 

ପଲକ ଉଠାଇ ତାର,

ପଲକ ପକାଇ ଲାଜ ଓଢ଼ଣୀରେ 

ହୃଦୟକୁ ନେଲା ମୋର ,

ଯେବେ ଫେରୁଥିଲି ହୋସ୍ କୁ ମୋର 

ଆଉଥରେ ହସି ଦେଇ, 

ଆଖି ଇଶାରାରେ କହିଗଲା ରୂପ 

-ସହରକୁ ଯିବା ପାଇଁ ,

ରୂପ ସହରର ବଜାରେ ଦେଖିଲି 

ମୋ ପରି କେତେ ଯେ ଥିଲେ, 

କିଏ ଅସଞ୍ଜତ କିଏ ଅର୍ଦ୍ଧ ମତ୍ତ 

ପଡି ପୁଣି ଉଠୁଥିଲେ ,

ରାତି ବଢ଼ୁଥିଲା ଜହ୍ନ ବୁଡୁଥିଲା 

କୁଆଁତାରା ଥିଲା ଚେଇଁ,

ଛାତି ଭିତରଟା ଜଳି ଯାଉଥିଲା 

ରୂପର ମଦିରା ପିଇ,

ରୂପ ମଧୁଶାଳା ଜନଶୂନ୍ୟ ଥିଲା 

ପିଆଲାର ରାଣ ଖାଇ, 

ମୁଁ ଫେରୁଥିଲି ଟଳମଳ ପାଦେ 

ନିର୍ଲଜ ଗଣ୍ଠିଲି ନେଇ .. ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ 4.12.2017


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance