Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4.4  

Ajit Kumar Raut

Abstract

ରୁଦ୍ରଯଞ୍ଜ

ରୁଦ୍ରଯଞ୍ଜ

1 min
1.5K


ଗାଆଁର ମଙ୍ଗଳେ ଦେଶର ମଙ୍ଗଳେ

  ରୁଦ୍ରଯଞ୍ଜ ଆବଶ୍ୟକ,

ବିଶ୍ବର ପାଇଁ ଭି ରୁଦ୍ରଯଞ୍ଜ ଶ୍ରେଷ୍ଠ

  ମୁନିଋଷିଙ୍କର ବାକ୍ୟ।


ଜ୍ଞାନୀ ଜାଣି ଥାଏ ମୁଳ ରହସ୍ୟକୁ

  ଜନେ ଜ୍ଞାନ ଭରି ଦିଏ,

ଅକର୍ମାଦାନିଙ୍କ ପ୍ରେମ ଓ ଭକ୍ତିର

  ଜ୍ବୋତି ଯଞ୍ଜେ ଭରି ଦିଏ।


ରୀତିନୀତିରେ ହିଁ ଅନୁଷ୍ଠିତ ହୁଏ

  ରୁଦ୍ରଙ୍କର ମହାଯଞ୍ଜ,

ଜ୍ଞାନୀ ପଣ୍ଡିତ ହିଁ ଶୁଭାରମ୍ଭ କରେ

 ରାଷ୍ଟ୍ର ହୀତେ ଏହୁ ଯଞ୍ଜ।


ବିଚ୍ଛନ୍ନାଚଳର ପବିତ୍ର ଭୂମିରେ

 ଅନୁଷ୍ଠିତ ରୁଦ୍ରଯଞ୍ଜ,

ରାମବାବାଙ୍କର ତପ୍ୟାସା ସ୍ଥଳୀରେ

 ଜନତା କଲ୍ୟାଣେ ଯଞ୍ଜ।


ଖଡ଼ଖାଇ ନଈ ପଥଗାମୀ ନିତ୍ୟେ

 କୁଳେହିଁ ଶିବ ମନ୍ଦିର,

କଳ୍ପେଶ୍ବର ନାମେ ମହିମା ଗୁଞ୍ଜୁଛି

 ତପ୍ୟାସା ସ୍ଥଳୀ ବାବାର।


କଳାବାଡିଆ ଗାଁ ଅତି ମନହର

 ପ୍ରାକୃତିକ ଛଟା ତହିଁ,

ରୁଦ୍ରଯଞ୍ଜ ହୁଏ ବିଚ୍ଛନ୍ନ ଗାଆଁରେ

 ତପ୍ୟାସା ସ୍ଥଳଟି ଯହିଁ।


ଜିଲ୍ଲାଟି ସଢୈଇକଳା ଖରସୁଆଁ

 ପ୍ରଖଣ୍ଡ ରାଜନଗର,

ରୁଦ୍ରଯଞ୍ଜ ହୁଏ ବିଚ୍ଛନ୍ନାଚଳରେ

 ଭକ୍ତି ଓ ପ୍ରେମ ଶ୍ରଦ୍ଧାର।


ଅଙ୍କୁର ରୋପଣୁ ଶୁଭାରମ୍ଭ ତାର

 ଯଞ୍ଜ ଅକର୍ମାଦାନିର 

କଳାବାଡିଆ ଭୂମି ଭକ୍ତିପୂର୍ଣ୍ଣ ଆଜି

 ନମଃଶିବାୟର ସ୍ବର।


ଏକଶହ ଆଠ ଘୋଟ ଉଠିବଟି

 ମହିଳାଙ୍କର ହିଁ ମଥାରେ,

ସ୍ଥାପିତ କରିବେ ଘୋଟ କୁ ନେଇଣ

  ରୁଦ୍ରଯଞ୍ଜର ସ୍ଥାନରେ।


ପୁରୀ କ୍ଷେତ୍ରୁ ଜ୍ଞାତା ଆସିଛନ୍ତି ଏଠି

  କରିବେଟି ରୁଦ୍ରଯଞ୍ଜ,

ଜ୍ଞାନୀ ଓ ପଣ୍ଡିତ ରୀତି ନିୟମରେ

 ହସ୍ତେ ହେବ ରୁଦ୍ରଯଞ୍ଜ।


ଚାଲିବଟି ଯଞ୍ଜ ପାଞ୍ଚଟା ପ୍ରଯନ୍ତ

 ଓଡ଼ିଆ ପାଲା ରାତ୍ରିରେ,

ତୃତୀୟ ପ୍ରଭାତେ ସୂର୍ଯ୍ୟ ପୂଜା ପୁଣି

 ଯଞ୍ଜ ଚାଲିବ ଭକ୍ତିରେ।


ପୂର୍ଣ୍ଣାହୁତି ହେବ ଭକ୍ତି ଓ ପ୍ରିତିରେ

 ଅକର୍ମାଦାନିଙ୍କ ଯଞ୍ଜେ

କଳ୍ପେଶ୍ବର ଧ୍ବନୀ ଗୁଞ୍ଜନ କରିବ

 ମହାଦେବଙ୍କର ଯଞ୍ଜେ।


ଭକ୍ତଙ୍କର ସଂଖ୍ୟା ହଜାର ହଜାର

  ମାସ୍କ ଲାଗି ଅଛି ମୁଖେ,

ଦୂରତ୍ୱ ପାଳନ ଅତି ହିଁ ଆଦରେ

  ନମଃଶିବାୟ ହି ମୁଖେ।


ରାଷ୍ଟ୍ର ଶାନ୍ତି ପାଇଁ ବିଶ୍ବ ଶାନ୍ତି ପାଇଁ

  ଜନକ କଲ୍ୟାଣେ ଯଞ୍ଜ,

ବିଶ୍ବଗୁରୁ ହେଉ ରାଷ୍ଟ୍ରଟି ଆମର

  ତାହା ପାଇଁ ଏହୁ ଯଞ୍ଜ।


Rate this content
Log in

Similar oriya poem from Abstract