ଋତୁମମତିଶ
ଋତୁମମତିଶ
ଚୋରା ବସନ୍ତର ମଧୁ ମାସ,
ମୋ’ ପ୍ରିୟା ଦେହରେ
ଫଗୁଣର ଛୁଆଁ ଫୁଲ ବାସ,
ମୋ’ ପ୍ରିୟା ଅଧରେ
ଚଇତିର ସିଏ ବାଉଳା ପବନ-
ଭରିଛି ମୋ ମନ ଉପବନେ
ଅଳସ ମନର ପଳାଶ ବନ ସେ,
ନାଲିମାର ରକ୍ତ ଜବା
ସବୁଜ ମାୟାର ନୀଳ ପରୀଟିଏ,
ମୁକୁଳା ରଖିଛି ଗଭା
ମନେ ହୁଏ ମୋର- କେତେ ସେ ନିଜର
ତା’ ଆସନ୍ତାକୁ ଚାହିଁ ଥାଏ
ଗୋଲାପ ଟିଏ ସେ କମନୀୟ କାନ୍ତି,
କଣ୍ଟକ ଆଘାତ ସହି
ଅନେକ ଯୁଗର କଥା ଓଠେ ଚାପି,
ପାରେନା ତାକୁ ମୁଁ କହି
ସ୍ମୃତିର ଦଂଶନେ- ଅଜଣା କମ୍ପନେ
ଭାବି ଦିନ ସରି ଯାଏ

