ରତ୍ନମାଳା .......
ରତ୍ନମାଳା .......
ଖୋଲିଦିଅ ତୁମ
ଅଳିନ୍ଦ ଦୁଆର
ଦୂର ପଥ ଭ୍ରମି
ଆସିଛି
ମୁଁ ,
ତୁମେ ପାନ୍ଥଶାଳା,
ତୁମେ ମଧୁଶାଳା
ନିଃସଂଗ ପଥିକ
ମୁଁ
ତମ ଅଳିନ୍ଦରେ
ଫୁଲ ଉପବନ
ଚିର ଚଇତାଳି
ବହୁଛି,
ମଲ୍ଲୀ ମହକ,
ଗୋଲାପ ମହକ
ଦିଗ୍ ବିଦିଗେ
ଛୁଟୁଛି
ସେଇ ମହକରେ
ଚଇତାଳି ଛୁଆଁ
କୋଇଲି ଡାକଇ
କୁହୁ,
ତୁମ ଅଳିନ୍ଦରେ
ପ୍ରତିଧ୍ୱନି ଖେଳେ
ଖେଳେ କାମନା ପୁଲକ
ଢେଉ
ଖୋଲିଦିଅ ତୁମ
ଅଳିନ୍ଦ ଦୁଆର
ଦୂର ପଥ ଭ୍ରମି
ଆସିଛି
ମୁଁ ,
ସଜାଇ ରଖଗୋ
ରତନ ପଲଂକ
ଆଗୋ ରତ୍ନମାଳା
ସପନ ଦେଖିବି
ମୁଁ