STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଷ)

ରତ୍ନାକର ଚଂପୂ (ଷ)

1 min
283


ରାଗ ଚୋଖି

ଷୋଡଶ ସହସ୍ର ବ୍ରଜ, ସରୋଜନେତ୍ରା ସମାଜ,ବିପିନ ମରନ୍ଦପାନେ,


ଅତି ସରାଗେ . ଷଟପଦ ଯୁବବର, ପରି ଶିଖଣ୍ଡଶେଖର ବିହରିଲେ

ଶରଦ ରଜନୀ ବିଭାଗେ . ଷଢାସ୍ୟଜନକାହିତର, ଷଷ୍ଟବାଣ ବନିଲେ

ସେ ମୁରଲୀଧର (1)

ଷଡକ୍ଷର ମନ୍ତ୍ର ଜପ, କରିଥିଲେ , କି ଅନଳ୍ପ, କଳ୍ପଯାଏ

ନବ ଗୋପ ତରୁଣୀ ଜନେ .

ଷଡଙ୍ଗ ବେଦ ପବନ ଯୋଗ୍ୟବାହୁ ଆଲିଙ୍ଗନ,ମୁଖ ସଉଭାଗ୍ୟର

ହୋଇଲେ ଭାଜନ,ଷଡୁପାୟ ବିଚାରି ହରି, ଷଡାରାତି ପ୍ରଥମକୁ

ଦେଲେ ନିବାରି (2)

ଷଡଜାଦି ସ୍ୱର ସଙ୍ଗୀତ, ମଣିମଣ୍ଡନ ସିଞ୍ଜିତ,

ହେଲା ବୀଣା ଆଦ୍ୟ ବାଦ୍ୟରବନିବହ. .

ଷଟପଞ୍ଚାଶତ କୋଟି , ଜୀବଙ୍କ ହୃଦୟେ ଘୋଟି, ପ୍ରସରିଲା

ପରଂ ବ୍ରହ୍ମାନନ୍ଦ ପ୍ରବାହ ଶଣ କ୍ଷୀଣ ନୋହିଲା ପରି, ଶୋଡଶବ୍ଦାଏ

ମଣିଲେ ମୋଦେ ବିହରି (3)

ଷଡରିତୁ ରୀତି ବନଯାକ ହୋଇଲା ଶୋଭନ,

ସୁରବାର ବିଳାସିନୀ ମାନେ ନାଚିଲେ,

ଷଟସପ୍ତ ବିଂଶକୋଟି ଦେବେ ବିଷ୍ନୁପଦେ ଗୋଟି,

ହୋଇ ମୋଦେ ଦୁନ୍ଦୁଭି ବାଦନ ରଚିଲେ .

ଷ କାର ନିୟମ ସରିଲା, ଷଟକର୍ମ ନିରତ

କବିରବି କହିଲା .




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics