STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ପ)

ରତ୍ନାକର ଚଂପୂ (ପ)

1 min
427

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ପ

ରାଗ-  ମନୋରମା

ପ୍ରୀତିପରି କେ ସୁଆଦ ଗୋ,

ପୀୟୂଷ ଷ ତୁଲେ ଯା ବାଦ ଗୋ (ପଦ)

ପହିଲୁ ଗଞ୍ଜାଇ ଗରବ ଗଞ୍ଜାଇ ସମ୍ଭବାଏ ପରମାଦ,

ପର୍ବଶର୍ବରୀଶ - କରନିକରକୁ ବଳେତାହା ଆହାଲାଦ ଗୋ (1)

ପଡିଗଲେ କାନେ ଜନ୍ମାଏ ବିବେକ ହଜାଇଦେବା ଉନ୍ମାଦ ଗୋ,

ପ୍ରିୟଜନ ଯିବା ଆସିବା ସମୟ ଚରଣ ମଣ୍ଡନ ନାଦ ଗୋ (2)

ପୁଷ୍ଠଶରସିନ୍ଧୁ କେଳିତରି କି ସେ ପଛରୁ ପେଲିବା କାଦ,

ପସନ୍ଦ ତାହାକୁ ଅରଜିବା ପାଇଁ ଧଇଲେ ହେଁ ନୀଚ ପାଦ ଗୋ (3)

ପ୍ରାପତ ନୁହେଁ ସେ ପ୍ରାଣୀକି ନଥିଲେ ପରମେଶ୍ୱର ପ୍ରସାଦ ଗୋ,

ପୟଃପରିଣତ ମଧୁରସା ସିତ ଶର୍କରା କେତେ ବେଷାଦ ଗୋ (4)

ପରିପନ୍ଥୀ ରୀତି କରି ଯେଉଁ ସତୀ ଆପାଦିଛି ପରିବାଦ ଗୋ,

ପୃଥ୍ୱୀଦେବ କବିରବି ରାୟଗୁରୁ ବୋଲେକରୁ ଫରିଆଦ ଗୋ (5)


କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics