STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (କ୍ଷ)

ରତ୍ନାକର ଚଂପୂ (କ୍ଷ)

1 min
345

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

କ୍ଷ

ରାଗ ସୋମ

କ୍ଷୀଣମଧ୍ୟମା ରେ, କ୍ଷୀଣେ ନୋହିବାଟି ଭିନ୍ନ,

କ୍ଷେମତନ୍ତୁ ପରି ହରିବା ଏ ଜଉବନ (ପଦ)

କ୍ଷୋମରୂପିଣୀ ଚାରିମଟୌର୍ଯ୍ୟ ଧୂର୍ଯ୍ୟତରାନନେ,

କ୍ଷୂର୍ଣ୍ଣ ବାସବ ନୀଳଚାମର ଚୂର୍ଣ୍ଣକୁନ୍ତଳ ଶୋଭନେ

କ୍ଷୌଣୀଭୃଦବର , ପୀବର ସ୍ତନ ମଣ୍ଡଳେ, ଜମୂନାବନେ

କ୍ଷପାକର କରେ ଖେଳୁଥିବା ଆଲିଙ୍ଗନେ (1)

କ୍ଷୌଦ୍ରସାର ସମାନଭଷୀ ସୁ କୁନ୍ଦସୁନ୍ଦରହାସୀ ରେ,

କ୍ଷ୍ୱଡେଭୂଷିତକଣ୍ଠ ପଦସରୋଜ ସେବନୁକାଶୀରେ,

କ୍ଷୀବକୁଞ୍ଜରଗାମିନୀ ମୁଁ ଲଲାମ ଖୋସିଲି ତୋ ଶିରେ,

କ୍ଷାଳିତ ହୋଇ ତୋ ପ୍ରେମ ପୀୟୁଷ ରାଶିରେ (2)

କ୍ଷୀରନୀର ସୁଧାଂଶୁ କୈରବବାରି ମୀନ ବରାବରେ,

କ୍ଷେପିବା ପ୍ରତି ରତି ବାସର କାମ କେଳି ଦରୋଦରେ

କ୍ଷୁଦ୍ରଘଣ୍ଟ ସମୂହ ନୁପୂର ହଂସକାଦି ନିନାଦରେ,

କ୍ଷମେ ପୁଆଇବା ମାର ତାପକୁ ମୋଦରେ (3)

କ୍ଷୂବ୍ଧ ଦୂଗ୍ଧ ସମୂଦ୍ରବୀଚି ବିକୀର୍ଣ୍ଣ ବିନ୍ଦୁ ଶୁଚିସ୍ମିତେ,

କ୍ଷମକୋମଳ କ୍ ହେମଚମ୍ପକ ଗୌରବିଗ୍ରହମଣ୍ଡୀତେ

କ୍ଷୋଧହିଙ୍ଗୁଳ ଲାଲ ଦନ୍ତଦ୍ଅିକୁଳ ଶୋଭିନି ପଣ୍ଡିତେ,

କ୍ଷିତିସୁର କବିକଞ୍ଜବାନ୍ଧବବନ୍ଦିତେ (4)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics