STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଧ)

ରତ୍ନାକର ଚଂପୂ (ଧ)

1 min
319

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ଧ

ରାଗ -କେଦାର

ଧିକ ଧିକ ମନ୍ଦବିଧି ଅପସନ୍ଦ ନାରୀ ଜନ୍ମ ନ ନିବାରିବାର,

ଧିକ ଅବିବେକ ମୋ ପରି ଗୁଡାକ କେଡେ ନିର୍ଲ୍ଲଜ ସେ ପାରବାର (ପଦ)

ଧମକ ସ୍ମରଣ ହୁଅନ୍ତେ ତରୁଣ ଚରଣୁ ଅନ୍ୟକୁ ନଲଭି ଶରଣ ଗୋ,

ଧୂର୍ତ ଆଚରଣ ଧୁରନ୍ଧର ଗୁଣ ଚାଟୁ କ୍ଷଣରେ ବାହାରିବାର (1)

ଧାଇଁ ଧାଇଁ ଦୂତୀ ମନ୍ଦିରକୁ ରାତିପଦେ ଲାକ୍ଷାଦ୍ୟୂତି ନ ଲଭଇ ସ୍ଥିତି,

ଧାତାବଶୁଁ ପ୍ରୀତି ଘଟିଲେ ଉନ୍ନତି ବହି ଚେଳାଞ୍ଚଳ ମାରିବାର (2)

ଧରି ଧନୁର୍ବାଣ ସ୍ମର ସତେ ପ୍ରାଣ ନେବା ପରି ଡରି ଧରି ଦନ୍ତେ ତୃଣ

ଧରାରେ ତରୁଣ - ଶିରଆଭରଣ ଲୁଟାଇଲେ ନ ପଚାରିବାର (3)

ଧରି ଧରି ବଳେ କରୁଥିଲେ କୋଳେ ଧରା ଧରୁ ବଳେ ଧଇର୍ଯ୍ୟ ନିଶ୍ଚଳେ

ଧାନେ ଉଣା ତୁଳେ ହେଲେ ସ୍ନେହେଖେଳେ କ୍ଷଣକେ ବିନୟ ଟାରି ବାର (4)

ଧନ୍ୟ ଧୃତିସାର ସୁପୁରୁଷଙ୍କର ପ୍ରସାଦୁ ସଂଭୂତ ସେ ଶଙ୍କରଙ୍କର,

ଧରଣୀନିର୍ଜର କବି ରବି ଛାର ଗୁଣି ତାଙ୍କୁ ନ ଜୁହାରିବାର (5)



କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics