STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଢ)

ରତ୍ନାକର ଚଂପୂ (ଢ)

1 min
175


ରାଗ - ଶଙ୍କରାଭରଣ


ଢାଳି ଚାହିଁଲା ରେ, ଢାଙ୍କି ପକ୍ଷ୍ମ କିଭଙ୍ଗୀରେ ରହିଲା ରେ (ପଦ)

ଢବାତନାବୀ ଦେହଳୀ ସମୀପରେ ପ୍ରିୟଆଳୀ,

ସମାଜେ ବିରାଜି ବର ମହିଳା ରେ (1)

ଢୁଳାଇଲା ପରି କାମ- ଅମଳଲାଗିରୁ ଶ୍ୟାମ

ଜଳଜନୟନେ ଲୀଳା ବିହିଲା ରେ (2)

ଢୁଳାଇଲା ମୋ ଅପଘନ,ଶ୍ରୀଅଙ୍ଗରେ ତା ଅଧୀନ,

ହୋଇବାକୁ ସମୟ ନୋହିଲା ରେ (3)

 ଢୋକୁଟିଏ ତା ପଲ୍ଲବ,ଅଧରରୁ

ମଧୁଦ୍ରବ, ଢୋକିଲା ବିବେକ ଲବ ନୋହିଲା ଦାବ ରେ (4)

ଢକା ପ୍ରକାଶନ୍ତା ମତେ, ଧନ୍ୟ ବୋଲି ଏ ଜଗତେ,

କବି ଚିତ୍ରଭାନୁ ଗୀତେ କହିଲା ରେ (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics