STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ନ)

ରତ୍ନାକର ଚମ୍ପୂ (ନ)

1 min
334

ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)

 (20)


ସଖି ପ୍ରତି ଶ୍ରୀକୃଷ୍ଣ

ରାଗ - ପିଲୁ - ଝମ୍ପା

ନାହିଁ ନ କର ନୀରଜ ମୁଖୀ ରେ (ଘୋଷା)

ନ ପାରି ମୁଁ ପାଶୋରି, ନିରତେ ସେ କିଶୋରୀ-

                     ମୂରତୀ ନେତ୍ରେ ଅଛି ରଖି ରେ (1)

ନବ ନାଗରୀ ମୋର, ନୋହିଲେ ହୃଦେ ହାର

                     ଦେବି ମୁଁ ଜୀବନ ଉପେକ୍ଷି ରେ (2)

ନିର୍ଦ୍ଦୟ ପାପ ସ୍ମର, ସନ୍ଧି ବିନ୍ଧଇ ଶର

                     ନିରତେ ମରମକୁ ଜୋଖି ରେ (3)

ନବୀନା ରେ ବିନୟ,- କରି ଏବେ ହୃଦୟ

                     ଆଣିଦିଅ ତୋ ପ୍ରିୟସଖୀ ରେ (4)

ନାହିଁ ତ ମୋର ଆନ, ନାଗରୀ ରସେ ମନ

                     ଏଥକୁ ଜଗଦ୍ଦେବ ସାକ୍ଷୀ ରେ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics