STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଗ)

ରତ୍ନାକର ଚମ୍ପୂ (ଗ)

1 min
415



ରାଗ - କେଦାର

ଗୁଣରତ୍ନାକର ହେ

ଗଲାନି କି ସରି ସେ କିଶରୀ କୁଳାଚାର ହେ (ପଦ)

ଗୋପାଳଙ୍କ କୁଳଶୀଳ ଗଙ୍ଗାରୁ ଗଭୀର ହେ,


ଗୋସ୍ପଦରୁ ଉଣା ମଣିଲ କି ବଂଶୀଧର ହେ (1)

ଗଣ୍ଠିଧନ ଗୁପତ ମୋ ସଖୀର ଆବୁର ହେ,

ଗହନ କୁସୁମ ପରି ହେବ କି ଏଥର ହେ (2)

ଗୋପନୃପ ବଳରୁ ନଥିଲେ ହେଲେ ଡର ହେ,

ଗଡକୁ ନିକଟ ପରା ଏ ତୁମ୍ଭ ନଗର ହେ (3)

ଗରିଷ୍ଠ ପ୍ରତାପୀ କଂସ ଶୁଣିଲେ ଖବର ହେ,

ଗୋବର୍ଧନଗିରି ଗୁହାପୁଟ ଯିବ ଜୂର ହେ (4)

ଗଲେ ମୁଁ ଚିତ୍ତକୁ ସବୁ ହୋଇବ ଗୋଚର ହେ,

ଗୀତେ ବୋଲେ କବିରବି ସର୍ବଂସହାସୁର ହେ (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics