STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଡ)

ରତ୍ନାକର ଚମ୍ପୂ (ଡ)

1 min
300

ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)


(13)

ସଖୀ

ରାଗ - କାମୋଦୀ -ଏକତାଳି


ଡାକେ ସଖି ନଶୁଣେ ଶ୍ୟାମ କାହିଁକି

ଡାକିମଧ୍ୟାରେ ଆଉ ମନେ ନାହିଁ କି(ଘୋଷା)

ଡରିବୁ ବୋଲି ଆମ୍ଭେ, ଲୁଚି ତ ସିନା ତୁମ୍ଭେ

ଆମ୍ଭର ଦମ୍ଭ ବିଡିବାର ପାଇଁ କି (1)

ଡାଳିମ୍ବ ସୁଦଶନା, ଡରିବ ତୁଚ୍ଛା ସିନା

ଡରେ ଘରେ ଯେ ଦେଖି ନିଜ ଛାଇକି(2)

ଡକାଇ ଏତେ ସରି,କରୁଛି ଯାହା  ହରି

କାଲି ପାରିବ ସଖି ମୁଖ ଚାହିଁକି (3)

ଡମ୍ବରୁମଧ୍ୟା ଯେବେ, ମାନିନୀ ହେବ ତେବେ

ଜଗଦ୍ଦେବ ପାରିବ ସମଝାଇ କି (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics