ରତ୍ନ ମଣ୍ଡପ
ରତ୍ନ ମଣ୍ଡପ
ରତ୍ନ ବିଭୂଷିତ ପୁଣ୍ୟପ୍ରସୁ କ୍ଷେତ୍ର
ନିଳାଦ୍ରୀ ନିବାସ ପୁରୀ,
ରତନ ବେଦୀରେ ବିରାଜିତ ପ୍ରଭୁ
ଶ୍ରୀକ୍ଷେତ୍ର କୁଞ୍ଜ ବିହାରୀ ll
ପୂର୍ବାଭିମୂଖୀ ଅବସ୍ଥାନେ ଶ୍ରୀଦେବ
ଦର୍ଶନାଭିଲାଷୀ ଭକ୍ତ,
ଗରୁଡ ଖମ୍ବରୁ ଦେଖିଦେଲେ ବାରେ
ପାପତାପ ହୁଏ ମୁକ୍ତ ll
ଲକ୍ଷ ଶାଳଗ୍ରାମ ଯହିଁ ପୋତି ହୋଇ
ପ୍ରଭୁଙ୍କ ପଦରେ ଧ୍ୟାୟୀ,
ଚନ୍ଦନ ଅର୍ଗଳି ଲକ୍ଷେ ମୋକ୍ଷ ପ୍ରାପ୍ତ
ପରିକ୍ରମା କର ତୁହି ll
ଚାରି ଫୁଟ ଉଚ୍ଚ ନାନା କମକୁଟ
ଶୋଭା ସୌନ୍ଦର୍ଯ୍ୟ
ବଢାଇ,
ଚତୁର୍ଦ୍ଧା ମୁରତି ତହୁଁ ବିଜେ ପ୍ରାୟ
ଜଗତ ଜନେ ପାଳଇ ll
ପରମବ୍ରହ୍ମ ପରାତ୍ପର ଦେବନାଥ
କରୁଣାମୟ ପ୍ରଭୁ,
ବ୍ରହ୍ମ ଶିଳାମୟ ପବିତ୍ର ଆଳୟ
ବିତରି ଆଶିଷ ବିଭୁ ll
ଅୟୁତ ଜନମ ଅନନ୍ତ ସାଧନା
କୋଟି ପୁଣ୍ୟ ବଳ ଫଳେ,
ରତନ ବେଦୀରେ ଦର୍ଶନ କଲେ
ଷଡ ଅଇଶୁର୍ଯ୍ଯ ମିଳେ ll
ଚାହାଁ ବାରେ ମନ ଫେଡ଼ି ଏ ନୟନ
ଦାରୁ ଦେବତାଙ୍କୁ ଥରେ,
ବ୍ରହ୍ମ ବେଦୀ ବ୍ରହ୍ମ ଭାଗ ଦାରୁବ୍ରହ୍ମ
ବ୍ରହ୍ମଲୋକରେ ବିଚରେ ll