STORYMIRROR

Maitreyee Kamila

Abstract

3  

Maitreyee Kamila

Abstract

ରତନ ବେଦୀ ପାର ହୁଅ ପ୍ରଭୁ

ରତନ ବେଦୀ ପାର ହୁଅ ପ୍ରଭୁ

1 min
12.1K

କଳା ଠାକୁର କେମିତି ଅଛ

କୁହ ଶ୍ରୀମନ୍ଦିରେ

ଭକତ ମେଳ ନାହିଁ 

ଗହଳି ଚହଳି ନାହିଁ

ପୂଜାପଣ୍ଡା ହାତେ

ସେବା ପୂଜା ପାଇ କି ବା

ଜଗତ ଭୁଲିଲ ସାଇଁ


ତୁମେ ତ ଠାକୁର ସୁଖର ଦୁଃଖର

ପତିତପାବନ ଉଡେ ଫର ଫର

ଆଜି କାଇଁ ପ୍ରଭୁ ନିରବୀ ରହିଛ

ସତେକି ଏ ଧରା ନୁହେଁ ତୁମର


କି ମାୟା ତୁମର ପାରୁନୁ ଜାଣି ଆହେ ପ୍ରଭୁ ଚକ୍ରଧର

 ଚକାଆଖି ମେଲି ଚାହିଁଦିଅ ଥରେ

ଜଗତ ବୋଲଇ ପରା ଦୁଃଖ ନାସନ


ରତନ ବେଦୀରୁ ପାରି ହୋଇ ପ୍ରଭୁ ଆସ

ହେ ଦେବକୀ ନନ୍ଦନ

ଚନ୍ଦନ ତୁଳସୀ ମହକଇ ସେଠି

ଲୁହ ରେ ଭିଜୁଛି ପରା ବେନି ନୟନ


 ହେ ପରଂବ୍ରହ୍ମ,


ଚକା ନୟନ 

ଆଖିପୁରେଇ ଥରେ ଜଗତକୁ ଦେଖ

ଭାବଗ୍ରାହୀ ତୁମେ

ଭାବର ଠାକୁର ତୁମ ଲୀଳା ତୁମେ ହିଁ ଜାଣ

ତୁମ ମାୟାରେ ବନ୍ଧା ଏ ସଂସାର

ଭକ୍ତ ମନ କିମ୍ପା ତୁମ୍ଭକୁ ଅଜଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract