STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ରଥ ରହସ୍ୟ ବାର୍ତ୍ତା

ରଥ ରହସ୍ୟ ବାର୍ତ୍ତା

1 min
10


ରଥ କହେ ମୁଁ ଦେବତା ଚକ କହେ ସେ ଦେବତା 

ରଥ ପଥ ଜଗନ୍ନାଥ କହେ କେତେ ଯେ ଗାଥା 

ତେ୍ୟାଳିଶ ଫୁଟ ତିନି ଇଞ୍ଚ ତାଳଧ୍ୱଜ ରଥ ଉଚ୍ଚତା 

ସାତଶହ ତେଷଠି ଖଣ୍ଡ କାଠ ସାଙ୍ଗକୁ 

ନାଲିଆ ସବୁଜ ରଙ୍ଗ କହେ ଶାନ୍ତି ବାର୍ତ୍ତା 

ସାରଥୀ ଦାରୁକ ରଥ ଦଉଡି ବାସୁକୀ 

ଧ୍ୱଜ ଉନ୍ନାନି ରକ୍ଷକ ବସୁଦେବ ପରିକା ପିତା 

କଳା ଚାରି ଘୋଡା ଶନିଶ୍ଚରଙ୍କ ମିତ୍ରତା 

ବୟାଳିଶ ଫୁଟ ତିନି ଇଞ୍ଚ ଦର୍ପଦଳନ ଉଚ୍ଚତା 

ପାଞ୍ଚଶହ ତେୟାନବେ ଖଣ୍ଡ କାଠ ସାଙ୍ଗକୁ 

ନାଲି ଓ କଳା ରଙ୍ଗ ଦିଏ ପ୍ରୀତି ବାରତା 

ସାରଥୀ ଅର୍ଜ୍ଜୁନ ରଥଦଉଡି ସ୍ବର୍ଣ୍ଣଚୁଡ଼ 

ଧ୍ୱଜ ନାଦମ୍ବିକା ରକ୍ଷକ ଜୟଦୁର୍ଗା 

ନାଲି ରଙ୍ଗ ଚାରି ଘୋଡା ସତେ ସୂର୍ଯ୍ୟଙ୍କ ପରିକା 

ଚଉରାଳିଶ ଫୁଟ ଦୁଇ ଇଞ୍ଚ ନନ୍ଦିଘୋଷ ଉଚ୍ଚତା 

ଆଠଶହ ବତିଶଖଣ୍ଡ କାଠ ରଥେ ସମର୍ପିତା 

ନାଲି ଓ ହଳଦୀ ରଙ୍ଗର ଫିତା ଆବୃତା 

ଧଳା ରଙ୍ଗ ଘୋଡା ଚାରି ମୈତ୍ରୀ ସଂହିତା 

ସାରଥୀ ମାତଳୀ ଦଉଡି ଶଙ୍ଖଚୁଡ଼ 

ଧ୍ୱଜ ତ୍ରୈଲୋକ୍ୟମୋହିନୀ ରକ୍ଷକ ଗରୁଡ଼ 

ତିନି ଠାକୁରଙ୍କ ତିନି ରଥ ରହସ୍ୟ ମିତଣୀ ଜାଣିଥା 

ଭୁଲଭାଲ ଥିଲେ ସଂଶୋଧନ କରି ହେବ

 ଜଗତଜିତା ତୁ ସ୍ୱୟଂ ସବୁରି ଧରିତ୍ରୀମାତା

ରଥର ଗୁମର ଆଦି ଅନ୍ତ ନିରାକାର ସଂହିତା 

ଜାଣିଲେ ଜିଣିବୁ ମିତଣୀ ହେବୁ ବନ୍ଦିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics