STORYMIRROR

Surjyakanta Dash

Romance Inspirational

3  

Surjyakanta Dash

Romance Inspirational

ରଥ ଏକା ପଥ ବି ଏକା

ରଥ ଏକା ପଥ ବି ଏକା

1 min
186

*** ରଥ ଏକା ପଥ ବି ଏକା ***

ତୁମେ ଚାଲିବାର ଏକା

ମୁଁ ହିଁ ଦେଖିଛି

ତଥାପି ତୁମେ ଯାଇପାର

ଏକା ଏକା , ଆଗକୁ ଆଗକୁ

ମୋ ବିନା ଜାଣେନା କିପରି

ତଥାପି ଆଶା ନେଇ ଚାଲେ

ତୁମ ପଛେ ପଛେ,

ବଞ୍ଚିବାର ଆଶାକୁ ନେଇ ଜୀବନ

ଆଗେଇବାର ଆଶାକୁ ନେଇ ପଥ

ମରୀଚିକା ହିଁ

ଜୀବନ ଜିଇଁ ବାର ପ୍ରମାଣ

ତାକୁ ନେଇ ଅଭିପସା

ଜାଣେନା ମୁଁ ବଞ୍ଚିବି କିପରି ?

ଏକା ଏକା

ରଥି ଏକା ରଥି ବି ଏକା

ପଥ ଏକା ପଥିକ ବି ଏକା

ବୋଧହୁଏ ତୁମେ

ଚାଲିବ ଆଗକୁ ଆଗକୁ

ଆଉ,

ମୁଁ ଏକା ପଛେ ପଛେ

ନଦୀ ଯେମିତି ଧାଇଁ ଚାଲେ

ତାର ଅପଲକ ନୟନେ

ନିଶ୍ଚଳ ଜଳ ଧାରାକୁ ନେଇ

ଶୀତଳ ତାରେ ପରିଣତ ହୋଇ

ପାହାଡ଼, ପର୍ବତ ଡେଇଁ

ସମୁଦ୍ରରେ ମିଶିଯିବା ପାଇଁ

ସାଗର ସହିତ ମିଶିଯିବାରେ

ତାର ଏକମାତ୍ର ତୃପ୍ତ,

ମୋକ୍ଷ ମଧ୍ୟ

ସେମିତି,

ଗୋ ମାତା ପଛରେ

ତାର ଛୁଆ ବାଛୁରୀର ଅନୁଧାବନ

ଏକ ତୃପ୍ତ ଆଶାକୁ ନେଇ

ସେମିତି ମୁଁ ବୋଧେ

ତୁମ ପଛେ ଧାଇଁ ଆସୁଛି

ତୁମ ସହିତ ମିଶିଯିବା ପାଇଁ

କେଉଁ ଏକ ଅନନ୍ତ କାଳର

ଅପେକ୍ଷା ପରେ ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance