STORYMIRROR

Sunanda Mohanty

Romance Action Thriller

3  

Sunanda Mohanty

Romance Action Thriller

ରସଗୋଲା

ରସଗୋଲା

1 min
206


ଗୋଲ ଗୋଲ ଧଳା ରଙ୍ଗ ମିଠା

ବୁଡ଼ିଥାଏ ଶିରା ଆଉ ସିଠା

ପ୍ରେମର ପ୍ରତୀକ ଏହି ରସୁଆଳ ମିଠା

ଲକ୍ଷ୍ମୀମାଆ ପାଇ ଛାଡ଼ିଲେ ବାଟ

ଚତୁର୍ଦ୍ଧାଙ୍କୁ ରତ୍ନ ବେଦୀକୁ ନିଆରା ଏ ମିଠା

କେଡେ ବଡ କଳି ଭାଙ୍ଗି ଯୋଡେ ମନଅଠା

ଜଗନ୍ନାଥ ଖାଇଲେ ମାଉସୀ ହାତ ପୋଡ଼ପିଠା

ଲକ୍ଷ୍ମୀ ସାଆନ୍ତାଣୀ ରାଗ ଭାଙ୍ଗିଦେଲେ ରଥ କାଠ ଅଠା

ଏବେ ଏଇ ରସଗୋଲା କଲା ମନ ମିଠା

ଦାମ୍ପତ୍ୟ କଳି ଭାଙ୍ଗି ଯୋଡି ପ୍ରେମ ଅଠା

ଭୁଲାଇଲା ରାଗ ରୋଷ ଅଭିମାନ ଖଟା

ରସଗୋଲା ଯୋଡ଼ିଦେଲୁ ଦୁଇପ୍ରାଣ ଗୋଟିଏ ଠା

ସଂସାର ନିୟମ ପ୍ରଭୁ ଦେଲେ ଏମିତି ଗଇଁଠା

ରସ ରାସେ ଅମୃତ ମଣୋହୀ ପରା ମିଠା

ଖାଇଲେ ମନ ହୃଦୟ ସବୁଠି ପା' ମିଠା

ମିଠା ଦିଆ ନିଆ ବନ୍ଧୁଘର ସେଦିନୁ ରସଗୋଲା ମିଠା

ସବୁଠୁ ନିଆରା ବୋଲି ଜାଣେ ମନବନ୍ଧୁ ଲଗେଇ ଅଠା

ଲକ୍ଷ୍ମୀସାଆନ୍ତାଣି ରାନ୍ଧିବେ ଷାଠିଏ ପଉଟି ପିନ୍ଧି ମଠା

ତେତିଶ କୋଟି ଦେବତା ମାରନ୍ତି ତାଳି ଠୋ ଠା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance