ରସଗୋଲା
ରସଗୋଲା
ଗୋଲ ଗୋଲ ଧଳା ରଙ୍ଗ ମିଠା
ବୁଡ଼ିଥାଏ ଶିରା ଆଉ ସିଠା
ପ୍ରେମର ପ୍ରତୀକ ଏହି ରସୁଆଳ ମିଠା
ଲକ୍ଷ୍ମୀମାଆ ପାଇ ଛାଡ଼ିଲେ ବାଟ
ଚତୁର୍ଦ୍ଧାଙ୍କୁ ରତ୍ନ ବେଦୀକୁ ନିଆରା ଏ ମିଠା
କେଡେ ବଡ କଳି ଭାଙ୍ଗି ଯୋଡେ ମନଅଠା
ଜଗନ୍ନାଥ ଖାଇଲେ ମାଉସୀ ହାତ ପୋଡ଼ପିଠା
ଲକ୍ଷ୍ମୀ ସାଆନ୍ତାଣୀ ରାଗ ଭାଙ୍ଗିଦେଲେ ରଥ କାଠ ଅଠା
ଏବେ ଏଇ ରସଗୋଲା କଲା ମନ ମିଠା
ଦାମ୍ପତ୍ୟ କଳି ଭାଙ୍ଗି ଯୋଡି ପ୍ରେମ ଅଠା
ଭୁଲାଇଲା ରାଗ ରୋଷ ଅଭିମାନ ଖଟା
ରସଗୋଲା ଯୋଡ଼ିଦେଲୁ ଦୁଇପ୍ରାଣ ଗୋଟିଏ ଠା
ସଂସାର ନିୟମ ପ୍ରଭୁ ଦେଲେ ଏମିତି ଗଇଁଠା
ରସ ରାସେ ଅମୃତ ମଣୋହୀ ପରା ମିଠା
ଖାଇଲେ ମନ ହୃଦୟ ସବୁଠି ପା' ମିଠା
ମିଠା ଦିଆ ନିଆ ବନ୍ଧୁଘର ସେଦିନୁ ରସଗୋଲା ମିଠା
ସବୁଠୁ ନିଆରା ବୋଲି ଜାଣେ ମନବନ୍ଧୁ ଲଗେଇ ଅଠା
ଲକ୍ଷ୍ମୀସାଆନ୍ତାଣି ରାନ୍ଧିବେ ଷାଠିଏ ପଉଟି ପିନ୍ଧି ମଠା
ତେତିଶ କୋଟି ଦେବତା ମାରନ୍ତି ତାଳି ଠୋ ଠା ।

