STORYMIRROR

Bijay Prusty

Abstract

4  

Bijay Prusty

Abstract

ରସ ରସିଆ ରାସବିହାରୀ

ରସ ରସିଆ ରାସବିହାରୀ

1 min
313

କଦମ୍ବ ଫୁଲର ମହକରେ ସଖୀ

ମହକୁଛି ଚଉପାଶ

କୁଞ୍ଜବନେ ଦେଖ ଆରମ୍ଭ ହେଲାଣି

ରାଧାକୃଷ୍ଣଙ୍କର ରାସ I


ରାଧା ରାଧା ଡାକେ ମୋହନ ବଂଶୀ

ଶ୍ରୀରାଧା ଦିଅନ୍ତି ହସି

ଯୁଗଳ ମୂରତି ଦେଖି ଗୋପନାରୀ

ହେଉଛନ୍ତି ଭାରି ଖୁସି I


ନୃତ୍ୟ ଗୀତ ପାଇଁ ସହସ୍ର ଗୋପୀକା

ହୋଇଲେଣି ସଜବାଜ

ହର୍ଷ ଉଲ୍ଲାସରେ ଉଛୁଳି ଯାଉଛି

ବୃନ୍ଦାବନ କେଳିକୁଞ୍ଜ I


କୁଞ୍ଜବିହାରୀଙ୍କ ଆଖିର ଜ୍ୟୋତିରେ

ଚଉଦିଗ ଆଲୋକିତ

ଦେଖିଦେଲେ ତାଙ୍କ ମୋହନ ମୂରତି

ମନ ହେଇଯାଏ ତୃପ୍ତ I


ବଡ ଅପୂର୍ବ ଏ କୁଞ୍ଜବନେ ସଖୀ

ରାଧାକୃଷ୍ଣଙ୍କର କେଳି

ସର୍ବ ଦେବାଦେବୀ ଉତ୍ସୁକେ ଦେଖିବେ

କେଳିକୁଞ୍ଜେ ବନମାଳୀ I


ପବିତ୍ର କରିବା ନେତ୍ରକୁ ଆମର

ଖୁସିହେବା ମନେ ମନେ

ଯୁଗଳ ମୂରତି ଦର୍ଶନ କରିବା

ଚାଲ ସଖୀ କୁଞ୍ଜବନେ I



Rate this content
Log in

Similar oriya poem from Abstract