ୠତୁ ରାଜ
ୠତୁ ରାଜ
ଫଗୁଣ ଆସିଲା, ବାଟ ଛାଡ଼ିଦେଲା
ଶୁଖିଲା ନୀରସ ଶୀତ
ଫୁଲ ର ସମ୍ଭାରେ ଧରଣୀ ହସିଲା
କୋଇଲି ଗାଇଲା ଗୀତ
ମୃଦୁ ମଳୟ ର ପରଶ ଲାଗିଲା
ଭାବୁକ ହୋଇଲା ଚିତ୍ତ
କଳାକାର ତୁଳୀ ଆଙ୍କି ତ ଚାଲିଲା
ବିମୁଗ୍ଧ ହୋଇଲା ନେତ୍ର
ଲେଖନୀ ର ମୁନ ଚଞ୍ଚଳ ହୋଇଲା
ଲେଖିତ ଚାଲିଲା ସ୍ୱତଃ
ସେଥିପାଇଁ ପରା ଋତୁରାଜ ବୋଲି
ଜଗତ ମାନୁଛି ସତ
