STORYMIRROR

Ranita Swain

Inspirational

2  

Ranita Swain

Inspirational

ରଫ୍ ଖାତା

ରଫ୍ ଖାତା

1 min
13.7K


ରଫ୍ ଖାତା ପରି ଏ ଜୀବନଟା

କେଉଁଠି କଣ କେତେବେଳେ ଲେଖି ହୋଇ ଯାଏ ଯେ

ମନେ ରୁହେନି ||

ନିତି ପୃଷ୍ଟା ପରେ ପୃଷ୍ଟା ଖେଳେଇ ଠିକ୍ କରିବାକୁ ପଡେ

କାଳେ ବିଧାତା କମ୍ ନମ୍ବର ଦେଇ ଦେବେ

ସେଇ ଭୟରେ

ଜିଉଥାଏ...

ଏଇ ଅଡୁଆ ସୂତାରେ ଛନ୍ଦି ହୋଇ ||


କେତେବେଳେ ଯେ ଶେଷ ପୃଷ୍ଟା ଆସି ଯାଏ ଜାଣି ହୁଏନି

ବ୍ୟସ୍ତ ହୋଇ ପଡେ କୋଊଠି ଭୂଲ୍ ହୋଇ ଯାଇନି ତ

ବିବ୍ରତ ମନରେ,ଥରଥର ହାତରେ,

ଆଖିରେ ଚଷମା ଲଗେଇ ଆଉ ଥରେ କଲମ ଧରେ

ସଂଶୋଧନ କରିବାକୁ

ତନ୍ନ ତନ୍ନ କରି ଦେଖେ

କୋଉ ପାରେ

କୋଉଠି ମାତ୍ରା ଭୁଲ୍ ଥାଏ

ତ କୋଉଠି ଅକ୍ଷର ପଢି ହୁଏନି ||


ତାପରେ ଗୋଟିଏ ଦୀର୍ଘ ଶ୍ବାସ ଆଉ କିଛି ଅନୂତାପ

ଜିଇ ପାରିଲିନି ଜୀବନକୁ

କାଶ୍ ହିଁ ରହିଯାଏ

ସବୁ ଆଶା ସବୁ ସ୍ବପ୍ନ

ରଫ୍ ଖାତାଟି ସେମିତି ରହିଯାଏ,,,

ସଂଶୋଧନ ଅପେକ୍ଷାରେ କେଉଁ ଏକ ଅସଜଡା ବହିଥାକ ଭିତରେ ଅବା ଡଷ୍ଟବିନ୍ ଭିତରେ...



ରନିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational