Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Romance

4  

Pinku Ranbida

Romance

ରୋମାନ୍ସ

ରୋମାନ୍ସ

1 min
236



ଆଜି ପୁଣି ପୁରୁଣା ଦିନର କଥା

ଆଖି ଆଗରେ ମୋ ଦିଶୁଛି,

ବୟସ ଢଳି ଢଳି ଯେତେ ଯାଉଛି

ଆମ ପ୍ରେମ ଭାରି ମନେ ପଡୁଛି l 


ବୟସ ସିନା ମୋ ଢଳି ଯାଇଛି

ହେଲେ ପ୍ରେମ ଯାଇନି ଶେଷ ହୋଇ,

ଯେତେଦିନ ବଞ୍ଚିଥିବି ଏଁ ଦୁନିଆରେ

ମୋ ଜୀବନ କେବଳ ତୁମ ପାଇଁ l 


ବୁଢା ବୟସ ମୋ ମାନୁ ନାହିଁ

ଦେଖିଲେ ସାଥି ତୁମକୁ ପାଖରେ,

ପୁଣି ଥରେ ରୋମାନ୍ସ କରିବା ପାଇଁ

ଇଚ୍ଛା ହେଉଛି ତୁମ ସାଥିରେ !


ଆସ ହଜିଯିବା ସେଇ ପୁରୁଣା ଦିନରେ

ତୁମେ ଓ ମୁଁ ଏକା ହୋଇ,

ଭୁଲିଯିବା ଆଜି ପରିବାରକୁ

ଗୋଟେ ଘର ଭିତରେ ଦୁହେଁ ରହିଁ !


ପ୍ରେମ ଆମ ସାକ୍ଷୀ ରହିବ ଚିରଦିନ

ବୟସ ଯିବ ଆମଠୁ ହାରି,

ତୁମେ ମୋ ପାଇଁ ମୁଁ ତୁମ ପାଇଁ

ଆମ ଜୀବନ ହେଇଛି ତିଆରି l 


ଆସ ପ୍ରିୟା ଡେରି କର ନାହିଁ

ରାତି ଯାଉଛି ଧିରେ, ଧିରେ ବିତି,

ଆଜି ରୋମାନ୍ସ କରିବା ପାଇଁ ତୁମ ସାଥେ

ମନ ମୋ ହେଲାଣି କେମିତ, କେମିତି l 



Rate this content
Log in