ରୋଗର କାରଣ ଆଧୁନିକତା
ରୋଗର କାରଣ ଆଧୁନିକତା
ବଂଚିବାକୁ ଆଶା କମିଲାଣି ଦୁନିଆରେ
କାରଣ ସବୁ ଖାଦ୍ୟରେ ଭରିଛି ଜହର
ଫଳମୂଳ ହେଉ କି ଅବା ପନିପରିବା
ସବୁଥିରେ ବେପାରୀ ଭରୁଥାନ୍ତି ଜହର ।
କେଉଁ ଘରେ ଏଥିପାଇଁ ନାରୀଟିଏ ଦାୟୀ
ଆଉ କେଉଁଠାରେ ମଦୁଆଙ୍କ ମତୁଆଲା
ଫାଷ୍ଟଫୁଡ୍ ହେଉ କି ଅସୁରର ଭୋଜନ
ସବୁ ଘରେ ଘରେ ପସରା ହେଲାଣି ଖୋଲା ॥
ଆଗ ଜନ ଉଠନ୍ତି ସୁରୁଜ ନ ଦିଶୁଣୁ
ଆଜିର ନରନାରୀ କିନ୍ତୁ ପୁରା ଓଲଟା
ବ୍ୟାୟାମ ପାଇଁ ଟିକେ ସମୟ ମିଳୁନାହିଁ
ଭ୍ରାମ୍ୟମାଣ ଦେଖିବା ପାଇଁ ହେଲେଣି ମୋଟା ।
ରାନ୍ଧିବାକୁ ହୋଇ ଅଳସ ଆଜିର ମାଆ
କହେ ହେଇଟି ବାହାରୁ କିଣିଆଣନ୍ତନି
ପିଜା ବର୍ଗର ନାନୁ ତରକାରୀ ଆଣନ୍ତି
ଆମଭଳି ଖାଅ ବୋଲି ପ୍ରଚାରକରନ୍ତି ।
ଲିପଷ୍ଟିକ୍ କେଶସଜ୍ଜା ମେହେନ୍ଦି କରିଣ
ମା'ମାନେ ବସନ୍ତି ପିଲାର ସୋଫା ଉପରେ
ବାପା ମାନେ ବସନ୍ତି ଅଫିସରୁ ଫେରିଣ
ବସିଯାନ୍ତି ଭ୍ରାମ୍ୟମାଣ ଯନ୍ତ୍ର ଖେଳ ସାଥିରେ ॥
କାହାର ଖରାପ ହେଲାଣି ପେଟ,ଲିଭର
ପୁଣି ହେଲାଣି ଆଜି ପିଲାରୁ କ୍ୟାନସର
କେମିତି ବଂଚିବ ହେ ଆଗାମୀ ଭବିଷ୍ୟତ
ଯେଉଁଠି ଦେଖ ଖାଲି ଦିଶୁଛି ବିଷଘର ॥
ଧିକ ଆଜିର ଆସିଥିବା ଆଧୁନିକତା
ଧିକ ସେ ଖାଦ୍ଯବିଷ,କଥାବିଷ,ନିଶ୍ବାସ
ଯିଏ ଅମୄତ ବଦଳରେ ଖୁଆଏ ବିଷ
ସବୁ ହୋଇଯିବେ ଅଳ୍ପଦିନେ ଶେଷ ॥
ଅମ୍ଲଜାନ ହେଲାଣି ସବୁଠି ଆଜି ଶେଷ
ଭରିଛି ବିଷ ପ୍ରତି ପ୍ରାଣୀର ନିଶ୍ବାସରେ
ଗଛ ବଂଚାଇବା ଲଗାଇବା ଦୂରେ ଥାଉ
ଭାଙ୍ଗି ଭୁଙ୍ଗି ବ୍ୟସ୍ତ ସମାଜ ନିଜ ସ୍ବାର୍ଥରେ ॥
