STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ରୋବଟ

ରୋବଟ

1 min
195

ମୁନାର ପିତାଶ୍ରୀ       ଜଣେ ବୈଜ୍ଞାନିକ

    ଭେଟିଦେଲେ ଏକ ଯନ୍ତ୍ର

ମଣିଷ ପରିକା        ଦେଖା ଯାଉଥିଲା    

       ପଚାରିଲା ମୂଳମନ୍ତ୍ର ||


ପିତାଶ୍ରୀ କହିଲେ        ରୋବଟ ଅଟଇ

      ଇଲେକ୍ଟ୍ରୋନିକ ଯନ୍ତ୍ରଟିଏ

ପ୍ରୋଗ୍ରାମ୍ ବଳରେ       ମଣିଷ ପରିକା

       କାର୍ଯ୍ଯମାନ କରିଥାଏ ||


କଂପ୍ୟୁଟର ଯେହ୍ନେ      ପ୍ରୋଗ୍ରାମ୍ ମତେ

        ଇପ୍ସିତ କାର୍ଯ୍ୟ କରଇ

ରୋବଟ ସେମିତି       ପ୍ରୋଗ୍ରାମ୍  ବଳରେ

      ଇପ୍ସିତ କାର୍ଯ୍ୟ କରଇ ||


 ମଣିଷର ପରି         ଘର ଜଗେ ସିଏ

       ରୋଷେଇ ବି କରିଦିଏ

ଯେଉଁ କାର୍ଯ୍ୟ ପାଇଁ        ପ୍ରୋଗ୍ରାମ୍  କରିବ

      ସେହି କାର୍ଯ୍ୟ କରିଥାଏ ||


ସମୁଦ୍ର ଗର୍ଭର          ଫଟୋ ଉଠାଏ ସେ

       ମହାକାଶେ କାର୍ଯ୍ୟ କରେ

ଗ୍ରହାନ୍ତରେ ଯାଇ        ମଣିଷର କାର୍ଯ୍ୟ

       ମଣିଷ ନିର୍ଦ୍ଦେଶେ  କରେ ||


ଭୂଗର୍ଭୁ ଖଣିଜ         ଉତ୍ତୋଳନ କରେ

        ପରୀକ୍ଷା ନିରୀକ୍ଷା କରେ

ଫାର୍ମାସୀ କ୍ଷେତ୍ରରେ      ଔଷଧ ପ୍ରସ୍ତୁତି  

       କାର୍ଯ୍ୟ ମଧ୍ୟ ସିଏ କରେ ||


ସାମରିକ କ୍ଷେତ୍ରେ        ବିଶ୍ୱସ୍ତ ସୈନିକ

        ବୈମାନିକ ସିଏ ସାଜେ

ଚିକିତ୍ସା କ୍ଷେତ୍ରରେ       ରୋଗର ନିଦାନେ

         ଚିକିତ୍ସକଟିଏ  ସାଜେ ||


କୃଷି କାର୍ଯ୍ୟ ଅବା          ବୈଜ୍ଞାନିକ ପରି

        କାର୍ଯ୍ୟ ସିଏ କରିଥାଏ  

ନିର୍ଭୁଲ ଭାବରେ          ବିଶ୍ୱସ୍ତ ଭୃତ୍ୟର

       ସବୁ କାର୍ଯ୍ୟ କରି ଯାଏ ||


କରୋନା ପରିକା        ମହାମାରୀ କାଳେ

       ମୌଳିକ ଚିକିତ୍ସା ପାଇଁ

ରୋବଟକୁ ଆମେ        ବ୍ୟବହାର କଲେ

       ସଂକ୍ରମଣ  ଭୟ ନାହିଁ ||


ଆର୍ଟିଫିସିଆଲ୍         ଇଣ୍ଟେଲିଜେନ୍ସ୍ ଓ

     ରୋବୋଟିକ୍ସର ପ୍ରୟୋଗ

ଆଣି ଆସିଅଛି        ବିଜ୍ଞାନ  କ୍ଷେତ୍ରରେ

         ନୂତନ ଗୋଟିଏ ଯୁଗ ||


Rate this content
Log in

Similar oriya poem from Inspirational