STORYMIRROR

rasmi maye pati

Inspirational

3  

rasmi maye pati

Inspirational

ରଙ୍ଗରେ ରଙ୍ଗରେ କଳାଗୋବିନ୍ଦ

ରଙ୍ଗରେ ରଙ୍ଗରେ କଳାଗୋବିନ୍ଦ

1 min
183

କେତେ ବର୍ଣ୍ଣାଳୀର ରଙ୍ଗର ଭିଆଣ

 ରଙ୍ଗରେ କରିଲୁ ଜଗତ ସୃଷ୍ଟି

ପ୍ରେମ ରଙ୍ଗ ଢାଳି କଲୁ ରଙ୍ଗାୟିତ

 ଅବିର ବାହାନା କରିଲୁ ବୃଷ୍ଟି।।।


କି ରଙ୍ଗ ନାଇଚୁ କଳା ଗୋବିନ୍ଦ ତୁ

 ତୋ ଆଗରେ ସାରା ଜଗତ ଫିକା

ବାନ୍ଧି ହେବା ପାଇଁ ତୋ ପ୍ରେମ ରଙ୍ଗରେ

 ମନକୁ ରଙ୍ଗାଇ ବାନ୍ଧିଚି ଆଶା।।।


ପ୍ରେମର ଠାକୁର ପ୍ରେମ ଅବତାର

 ପ୍ରେମର ଋତୁରେ ଦୋଳ ଗୋବିନ୍ଦ

ପ୍ରେମରେ ଏ ମନ ହୁଏ କୃଷ୍ଣ ମୟ

 ପ୍ରେମ ବନ୍ଧନରେ ସାରା ଜଗତ।।


ମଧୁ ବସନ୍ତର ମଧୁ ଅବିରରେ

 ଗାଆଁ ଗଳି ଠାରୁ ନଗର ଦାଣ୍ଡ

ହୋଇ ମଧୁ ମୟ ସର୍ବେ ଏକାକାର

 ସବୁରି ହୃଦରେ ରାଧା ଗୋବିନ୍ଦ।।


ରାଧା ମୀରା ପରି ମଜି କି ପାରିବି

 କାଣିଚାଏ ଦିଅ ରାଧାର ଭାବ

ବେରଙ୍ଗି ମନରେ ରଙ୍ଗ ଦିଅ ପ୍ରଭୁ

 ଭରିଦିଅ ଭକ୍ତି ପ୍ରେମର ରଙ୍ଗ।।।


ନିରନ୍ତରେ ମଧୁ ଢାଳିବ ଗୋବିନ୍ଦ

 ସାରା ବିଶ୍ୱ ହେଉ ଅମୃତମୟ

ସବୁ ଫଗୁଣରେ ଦୋଳ ବିମାନରେ

 ହେଉ ମନ ପ୍ରାଣ ଶ୍ରୀକୃଷ୍ଣମୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational