STORYMIRROR

Madhusmita Prusty

Inspirational

4  

Madhusmita Prusty

Inspirational

ରଙ୍ଗମଞ୍ଚ

ରଙ୍ଗମଞ୍ଚ

1 min
280

ହୃଦୟକୁ ଥରେ ଉଙ୍କି ମାରି ଦେଖ 

କେତେ କୋହ ଅଛି ଭରି, 

ମନର ଭାବକୁ ପଢି ଦେଖ ଥରେ 

ଆଶା ଅଛି ଅସୁମାରୀ |


ଜୀବନ ନାଟକ ରଙ୍ଗମଞ୍ଚ ପରେ 

ଅଭିନୟ ଆମ ଜାରି, 

ଭିନ୍ନ ଭିନ୍ନ ରୂପେ ସଜାଇ ନିଜକୁ 

ସାଜ୍ଜିଅଛେ ପଥଚାରୀ |


ଅମଡ଼ା ବାଟରେ ପାଦ ପଡିଗଲେ 

କ୍ଷତାକ୍ତ ସିନା ଯେ ହେବ, 

ହାତେ ମାପି ପାଦ ଚାଖଣ୍ଡେ ଚାଲିଲେ 

ନୂତନ ପଥ ଦିଶିବ |


ସବୁ ଅଭିଳାଷ ପୂରଣ ହୁଏନା 

କିଛି ରହିଯାଏ ବାକି, 

ସଭିଙ୍କୁ ଆଦର କରିନିଅ ବନ୍ଧୁ 

ପାରିବେନି କେହି ଠକି |


ଜୀବନ ଏପରି ରଙ୍ଗମଞ୍ଚ ଟିଏ 

ଭଲ ମନଟିଏ ଲୋଡ଼ା, 

ଆଦର ସମ୍ମାନ ପାଏ ସିନା ସିଏ 

ପରକୁ କରେ ଆପଣା |


ମନକୁ କରିବ ଗୋଲାପ ସମାନ 

ଦୁଃଖରେ ବି ହସୁଥିବ, 

କଣ୍ଟାର ଆଘାତ ସହିଲେବି ତୁମେ 

ସବୁଠାରେ ମହକିବ |


ଏପରି ମହାନ କାର୍ଯ୍ୟ କଲେ ସିନା 

ଅମର ହୋଇ ରହିବ, 

ଜୀବନ ଜନ୍ମର ସାର୍ଥକ ରହିବ 

ଅଭୁଲା ସ୍ମୃତି ଯେ ହେବ |


Rate this content
Log in

Similar oriya poem from Inspirational